‘ଟଙ୍କା ଦିଅ, ଚୋରି ଗାଡିର ଠିକଣା ନିଅ’

ବରଗଡ଼(ଦୀପକ ଶର୍ମା): ‘ଟଙ୍କା ଦିଅ, ଚୋରି ଗାଡିର ଠିକଣା ନିଅ’ । ଚୋରି ହୋଇଥିବା ଗାଡିର ଠିକଣା ଦେବା ପାଇଁ ଗାଡି ମାଲିକଠୁ ଜଣେ ଯୁବକ ଟଙ୍କା ମାଗୁଥିବା ଅଭିଯୋଗ ଆସିଛି ବରଗଡରୁ । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ସେ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।

ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବରଗଡ ସହର ଶିବାନନ୍ଦ ନଗରର ପ୍ରମୋଦ ମହାନ୍ତି ନାମକ ବ୍ୟକ୍ତିଙ୍କ ଚାରି ଚକିଆ ଗାଡି ଗତ ୯ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଯାଇଥିଲା। ଏନେଇ ୧୦ ତାରିଖରେ ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ସେହି ଦିନ ଅପରାହ୍ନରେ ପ୍ରମୋଦଙ୍କ ଡ୍ରାଇଭରଙ୍କ ପାଖକୁ ଜଣେ ଯୁବକଙ୍କ ଫୋନ୍ ଆସିଥିବା ବେଳେ ସେ ଗାଡିର ଠିକଣା ଜାଣିଥିବା କହିଥିଲେ।

ସମ୍ପୃକ୍ତ ବ୍ୟକ୍ତି ଗାଡିର ଠିକଣା କହିବା ଲାଗି ୫୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ କରିଛନ୍ତି ଗାଡି ମାଲିକ ପ୍ରମୋଦ  । ପରେ ୧୦ ହଜାର ଟଙ୍କାରେ କଥା ଛିଣ୍ଡିବାରୁ ଗାଡିଟି ବ୍ରହ୍ମଚାରୀଠାରେ ଥିବା ସୂଚନା ଦେଇଥିଲେ ଯୁବକଜଣକ।

ନିଜ ଗାଡିକୁ ଉଦ୍ଧାର କରିବା ପରେ ପ୍ରମୋଦ ଉକ୍ତ  ଯୁବକଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା  ରୁଜୁ କରି ବରଗଡ ଟାଉନ୍ ଥାନା ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସେପଟେ ଅଭିଯୁକ୍ତଜଣକ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଆହୁରି ପଢ଼ନ୍ତୁ

ମାଡ଼ ମାରିବା ମହଙ୍ଗା ପଡ଼ିଲା, ପରିବାର ସହ ଗିରଫ ହେଲେ ଘର ମାଲିକ

ବିଜେଡିକୁ ମିଳିଲାନି ଛାତ୍ର ମୁଖିଆ, ରାଜ୍ୟ କମିଟିରେ ୧୪୧

ନବୀନ ବାବୁ ଆଗରୁ କେଉଁଠି ଶୋଇଥିଲେ: ସୁର

ତିର୍ତ୍ତୋଲ ପାଇଁ ନିର୍ବାଚନ ପ୍ରଚାର କମିଟି ଘୋଷଣା କଲା କଂଗ୍ରେସ

‘ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ନିର୍ବାଚନ ମଣ୍ଡଳୀ କଥା ମନେ ପଡ଼େ’

ବଚସାରୁ ହେଲା ଗୁଳିମାଡ଼, ୨ ଆହତ

ମଧ୍ୟସ୍ଥି ଓ ଦଲାଲଙ୍କ ପ୍ରତି ଆନୁଗତ୍ୟ ଦେଖାଉଛି କଂଗ୍ରେସ : ବିଜେପି

ମୃତଦେହକୁ ମିଳିଲାନି କାନ୍ଧ, ଟ୍ରଲିରେ ବୋହିଲେ ପୁଅ

ଅଧାରେ ଅଟକିଲା ଆମ୍ବୁଲାନ୍ସ; ପହଞ୍ଚିବା ପୂର୍ବରୁ ପ୍ରସବ କଲେ ମହିଳା

ମନ୍ଦିର ପରିସରରେ ମର୍ଡର

କରୋନା ବିରୋଧୀ ଲଢ଼େଇ; ଆଜିଠୁ ଗଞ୍ଜାମରେ ହେବ ଅନ୍‌ଲାଇନ୍, ଅଫ୍‌ଲାଇନ୍ କ୍ୟାମ୍ପେନ୍

ମହାମାରୀବେଳେ ବିଜୁଳି ଦର ବୃଦ୍ଧି ନିଷ୍ପତ୍ତି ଅମାନବୀୟ : କଂଗ୍ରେସ