ଆଜି ପବିତ୍ର ଅକ୍ଷୟ ତୃତୀୟା

Ordigital Desk
  • Published: Wednesday, 18 April 2018
  • , Updated: 18 April 2018, 07:57 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଅକ୍ଷୟ ତୃତୀୟା। ଚାଷ କାମ ଆରମ୍ଭର ଦିନ। ଅଖି ମୁଠି ବୁଣି ଚାଷ କାମର ଶୁଭାରମ୍ଭ କରିବ ଚାଷୀ। ବିଶ୍ୱାସ ରହିଛି ଆଜିର ଦିନରେ ଶସ୍ୟ ବୁଣା ହେଲେ ଖଳାକୁ ଆସେ ଭଲ ଫସଲ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଚଷା ପୁଅ। ଘରେ ଘରେ ବେତା, ଗଉଣୀକୁ ଭଲଭାବେ ଧୋଇ ସେଥିରେ ଝୋଟି, ଚିତା ପକାଇ ବିଭିନ୍ନ ପ୍ରକାରର ଫଳମୂଳ ରଖି ଚାଲିଛି ପୂଜାର୍ଚ୍ଚନା। ଏହି ପାତ୍ରକୁ ବ୍ୟବହାର କରି ପ୍ରଥମ ଅଖି ମୁଠି ବୁଣିବ ଚାଷୀ।</p> <p>ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳରେ ଅଖିମୁଠି ଅନୁକୂଳ କରିବେ। ସେହିପରି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ବାଙ୍କିରେ ଏବଂ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ କୁସୁମାଟିରେ ଅଖିମୁଠି ଅନୁକୂଳ କରିବେ।</p>

Related story