ଆଜି ଛାଡଖାଇ, ଆମିଷ ବଜାରରେ ପ୍ରବଳ ଭିଡ

Ordigital Desk
  • Published: Sunday, 05 November 2017
  • , Updated: 05 November 2017, 07:53 AM IST
<p>ଭୁବନେଶ୍ୱର : ସରିଲା କାର୍ତ୍ତିକ ମାସ। ମାସ ଯାକ ହବିଷ ବ୍ରତ ପରେ ଆଜି ଛାଡଖାଇ। ଏଥପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଭିଡ ଦେଖିବାକୁ ମିଳିଛି। ରାଜଧାନୀର ବିଭିନ୍ନ ମାଛ ମାର୍କେଟ ସହ ମାଂସ ଦୋକନାରେ ମଧ୍ୟ ଗ୍ରାହକଙ୍କ ଭିଡ ଜମିଛି। ସେପଟେ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମିଷ ଦର ସାମାନ୍ୟ ଅଧିକ ରହିଛି। ମାଛ ଦର ୧୨୦ରୁ ୨୦୦ଟଙ୍କା ଥିବାବେଳେ, ମଟନ୍ ଦର ୪୦୦ରୁ ୫୦୦ଟଙ୍କା ରହିଛି।&nbsp; ସେହିପରି ଚିକେନ ଦର ୧୪୦ରୁ ୨୦୦ ଟଙ୍କା ମଧ୍ୟରେ ରହିଛି।</p>

Related story