ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର) ଆଜି ଅନୁଷ୍ଠିତ ହେବ JEE Advanced ପରୀକ୍ଷା। ଏଥିପାଇଁ ଓଡ଼ିଶାର ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ମୋଟ ୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏଥିମଧ୍ୟରୁ ଭୁବନେଶ୍ୱରରେ କେବଳ ୯ଟି ପରୀକ୍ଷା କେନ୍ଦ୍ର ହୋଇଛି।
ଓଡ଼ିଶାରୁ ପ୍ରାୟ ୩ ହଜାର ପରୀକ୍ଷାର୍ଥୀ ଦୁଇଟି ସିଟିଂରେ ପରୀକ୍ଷା ଦେବେ। ସକାଳ ୯ରୁ ୧୨ ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ। କମ୍ପ୍ୟୁଟର୍ ବେସ୍ଡ୍ ଟେଷ୍ଟ ବା ସିବିଟି ମୋଡ୍ରେ ପରୀକ୍ଷା ହେବ। ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି କୋଭିଡ୍ ଗାଇଡ୍ଲାଇନ୍ ପାଳନ ସହ ପରୀକ୍ଷା କରାଯିବ।
ଚଳିତ ବର୍ଷ ପ୍ରଥମଥର ପାଇଁ ଆଇଆଇଟି ଭୁବନେଶ୍ୱରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସାରା ଦେଶରେ ୧ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ JEE Advanced ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଆଇଆଇଟି ଓ ଏନ୍ଆଇଟିରେ ନାମଲେଖାଇବା ପାଇଁ ଏହି ପରୀକ୍ଷା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।