ପର୍ଯ୍ୟଟନ ଦିବସରେ କମ୍ପିଲା ପୁରୀ ବେଳାଭୂମି

Ordigital Desk
  • Published: Wednesday, 27 September 2017
  • , Updated: 27 September 2017, 06:19 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଏଥିପାଇଁ ପୁରୀ ବେଳାଭୂମି ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗୋଟିପୁଅ ନାଚ ସାଙ୍ଗକୁ ମାହାରୀ ଓ ସମ୍ବଲପୁର ନୃତ୍ୟରେ ବେଳାଭୂମି ଉତ୍ସବ ମୁଖର ହୋଇଥିଲା। ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ପର୍ଯ୍ୟଟକ। ଏହି ଅବସରରେ ରେଳ ଷ୍ଟେସନରେ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା।</p> <p>ଚଳିତ ବର୍ଷ ବିଶ୍ୱର୍ଯ୍ୟଟ ଦିବସର ସ୍ଲୋଗାନ ରହିଛି ସସ୍&zwnj;ଟେନ୍&zwnj;ବଲ୍&zwnj; ଟୁରିଜମ୍ ଏ ଟୁର୍ ଫର୍ ଡେଭଲମେଣ୍ଟ। ଏହି ଅବସରରେ ପୁରୀ ବେଳଭୂମିକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ପୁରୀ ହୋଟେଲ ଆସୋସିଏସନ୍ ତରଫରୁ ବିଭିନ୍ନ ପ୍ଲାକାର୍ଡ ମାଧ୍ୟମରେ ସଚେତନ କରାଯାଇଥିଲା।</p> <p>ସେହିପରି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପାରମ୍ପରିକ ନୃତ୍ୟରେ କମ୍ପିଥିଲା ଭୁବନେଶ୍ୱରର ମାହାତ୍ମାଗାନ୍ଧୀ ମାର୍ଗ। ଏହି ଅବସରରେ ଏକ ଶୋଭାଯାତ୍ରା କରାଯାଇଥିଲା। ଯେଉଁଥିରେ ପୁରୀ ସାହିଯାତ ମେଢ, ଆଦିବାସୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ବହୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ।</p>

Related story