ଆଜିଠାରୁ ୬୦ଟି କେନ୍ଦ୍ରରେ ମାଟ୍ରିକ୍‌ ଖାତା ମୂଲ୍ୟାୟନ

କଟକ: ଆଜିଠାରୁ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେଉଛି। ଏଥିପାଇଁ ୬୦ଟି କେନ୍ଦ୍ର କରାଯାଇଛି। ଏସବୁ କେନ୍ଦ୍ରରେ ୧୪,୦୭୭ ପରୀକ୍ଷକ ଖାତା ଦେଖିବେ। ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖାତା ହେବ। ୧୦ ଦିନ ମଧ୍ୟରେ ଖାତା ଦେଖା ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ବୋର୍ଡ଼। ମାଟ୍ରିକ୍‌ ଖାତା ଦେଖାରେ  ୭୦୩ ଜଣ ମୁଖ୍ୟ ପରୀକ୍ଷକ, ୨୧୦୯ ଉପ ମୁଖ୍ୟ ପରୀକ୍ଷକ ଓ ୧୧,୨୬୫ ଜଣ ସହପରୀକ୍ଷକ ନିୟୋଜିତ ହୋଇଛନ୍ତି। ଚଳିତବର୍ଷ ୬,୮୬୫୯ ଜଣ ଛାତ୍ରଛାତ୍ରୀ […]

matric-exam

Rakesh Mallick
  • Published: Monday, 20 March 2017
  • , Updated: 20 March 2017, 07:48 AM IST

କଟକ: ଆଜିଠାରୁ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେଉଛି। ଏଥିପାଇଁ ୬୦ଟି କେନ୍ଦ୍ର କରାଯାଇଛି। ଏସବୁ କେନ୍ଦ୍ରରେ ୧୪,୦୭୭ ପରୀକ୍ଷକ ଖାତା ଦେଖିବେ। ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖାତା ହେବ। ୧୦ ଦିନ ମଧ୍ୟରେ ଖାତା ଦେଖା ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ବୋର୍ଡ଼। ମାଟ୍ରିକ୍‌ ଖାତା ଦେଖାରେ  ୭୦୩ ଜଣ ମୁଖ୍ୟ ପରୀକ୍ଷକ, ୨୧୦୯ ଉପ ମୁଖ୍ୟ ପରୀକ୍ଷକ ଓ ୧୧,୨୬୫ ଜଣ ସହପରୀକ୍ଷକ ନିୟୋଜିତ ହୋଇଛନ୍ତି।

ଚଳିତବର୍ଷ ୬,୮୬୫୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ ଓ ମାଧ୍ୟମା ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୫,୬୭,୭୯୪ ଜଣ ରେଗୁଲାର, ୨୨,୯୯୬ ଜଣ ଏକ୍ସେରେଗୁଲାର ଓ ୪୬୯୦ ଜଣ ପତ୍ର ମାଧ୍ୟମ ରେଗୁଲାର ଏବଂ ୫୮୪ ଜଣ ପତ୍ର ମାଧ୍ୟମରେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ରାଜ୍ୟର ମୋଟ୍‌ ୨୮୮୭ଟି କେନ୍ଦ୍ରରେ ମାଟ୍ରିକ୍‌ ଓ ଓ ୫୧ଟି କେନ୍ଦ୍ରରେ ମାଧ୍ୟମା ପରୀକ୍ଷା ହୋଇଥିଲା। ମାର୍ଚ୍ଚ ୧୦ ତାରିଖରେ ପରୀକ୍ଷା ଶେଷ ହୋଇଥିଲା।

Related story