ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ବସିବ ବୈଠକ

Ordigital Desk
  • Published: Monday, 06 November 2017
  • , Updated: 06 November 2017, 11:59 AM IST
<p>କଟକ: ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତିକୁ ନେଇ ଆଜି ବସିବ ମାଧ୍ୟମିକ ଶିକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ।&nbsp; ବୋର୍ଡ ସଭାପତି ଡକ୍ଟର ଜାହନ୍ ଆରା ବେଗମଙ୍କ ଅଧ୍ୟକ୍ଷତାରେ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା କମିଟିର ଏହି ବୈଠକରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ତାରିଖ ନେଇ ନିଷ୍ପତ୍ତି ନିଆଯିବ। ଏଥିସହ ମାଟ୍ରିକ୍ ପରୀକ୍ଷାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ, ପରୀକ୍ଷା ପରିଚାଳନା, ସ୍କ୍ୱାଡ୍ ଗଠନ, ପରୀକ୍ଷାରେ ଶିକ୍ଷକଙ୍କ ନିୟୋଜନ ଆଦି ସମ୍ପର୍କରେ ଆଲୋଚନା ହେବ।</p> <p>ଚଳିତବର୍ଷ ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ କିଛି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇପାରେ।</p>

Related story