ଆଜି ସ୍ପେଶାଲ୍‌ ଓଜେଇଇ: ଦୁଇଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସ୍ପେଶାଲ୍‌ ଓଜେଇଇ (ଓଡ଼ିଶା ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକଜାମ୍‌ ) ଅନୁଷ୍ଠିତ ହେବ। ରାଜ୍ୟର ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ଏହି ପରୀକ୍ଷା ପାଇଁ ମୋଟ ୧୭ ହଜାର ୬୭୯ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।  ବି.ଟେକ୍, ବି.ଫାର୍ମ, ଏମ୍‌ସିଏ ଓ ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସେମାନେ ଆବେଦନ କରିଛନ୍ତି। ଏହି ସବୁ ପାଠ୍ୟକ୍ରମ ପାଇଁ ଦୁଇଟି ସିଟିଂରେ ପରୀକ୍ଷା ହେବ। ସକାଳ ସାଢ଼େ ୯ରୁ […]

student

Jyoshna Pradhan
  • Published: Sunday, 21 July 2019
  • , Updated: 21 July 2019, 07:49 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସ୍ପେଶାଲ୍‌ ଓଜେଇଇ (ଓଡ଼ିଶା ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକଜାମ୍‌ ) ଅନୁଷ୍ଠିତ ହେବ। ରାଜ୍ୟର ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ।

ଏହି ପରୀକ୍ଷା ପାଇଁ ମୋଟ ୧୭ ହଜାର ୬୭୯ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।  ବି.ଟେକ୍, ବି.ଫାର୍ମ, ଏମ୍‌ସିଏ ଓ ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସେମାନେ ଆବେଦନ କରିଛନ୍ତି।

ଏହି ସବୁ ପାଠ୍ୟକ୍ରମ ପାଇଁ ଦୁଇଟି ସିଟିଂରେ ପରୀକ୍ଷା ହେବ। ସକାଳ ସାଢ଼େ ୯ରୁ ସାଢ଼େ ୧୦ଟା ଯାଏ ପ୍ରଥମ ସିଟିଂ ଓ ଦିନ ୧୨ଟାରୁ ଗୋଟାଏ ଯାଏ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। ଛାତ୍ରଛାତ୍ରୀ ନିଜର ଆଡମିଟ୍ କାର୍ଡ ନେଇ ପରୀକ୍ଷା କେନ୍ଦ୍ରକୁ ଯିବେ।

Related story