ଆଜି ଅପରାହ୍ନରେ କାଳବୈଶାଖୀ, କମିବ ତାତି

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ।&nbsp; ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି।&nbsp; ବିଶେଷ କରି ଉତ୍ତର ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସକାଳେ ଖରା ହେବା ସାଙ୍ଗକୁ ଅପରାହ୍ନରେ କାଳବୈଶାଖୀ ଆଶଙ୍କା ରହିଛି। କାଳବୈଶାଖୀ ପ୍ରଭାବରେ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟ କମ୍ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ୨୦ ତାରିଖ ପରଠୁ ରାଜ୍ୟରେ ପୁଣି ତାତିର ପ୍ରକୋପ ବଢିବା ନେଇ ପୂର୍ବାନୁମାନ କରାଯାଇଛି।</p> <p>ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ୪୦&nbsp; ଡିଗ୍ରୀ ଟପିଛି। ପାରଦ ଗତକାଲି ୪୦ ଦଶମିକ ୫ ଡିଗ୍ରୀ ସହ&nbsp; ଟିଟିଲାଗଡ଼ ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ସମ୍ବଲପୁରରେ&nbsp; ୪୦.୩, ତାଳଚେର ୩୯.୯ ଏବଂ&nbsp; ମାଲକାନଗିରିରେ ୩୯. ୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ରାଜାଧାନୀ ଭୁବନେଶ୍ୱରରେ&nbsp; ତାପମାତ୍ରା&nbsp; ୩୯ ଦଶମିକ ୪ ଡିଗ୍ରୀ ଥିବା ବେଳେ କଟକରେ ୩୭ ଦଶମିକ ୮ ଡିଗ୍ରୀ ତାପମାତ୍ରା ଥିଲା।</p>

Ordigital Desk
  • Published: Thursday, 15 March 2018
  • Updated: 15 March 2018, 08:13 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ।&nbsp; ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି।&nbsp; ବିଶେଷ କରି ଉତ୍ତର ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସକାଳେ ଖରା ହେବା ସାଙ୍ଗକୁ ଅପରାହ୍ନରେ କାଳବୈଶାଖୀ ଆଶଙ୍କା ରହିଛି। କାଳବୈଶାଖୀ ପ୍ରଭାବରେ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟ କମ୍ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ୨୦ ତାରିଖ ପରଠୁ ରାଜ୍ୟରେ ପୁଣି ତାତିର ପ୍ରକୋପ ବଢିବା ନେଇ ପୂର୍ବାନୁମାନ କରାଯାଇଛି।</p><p>ଚଳିତ ବର୍ଷ ପ୍ରଥମ ଥର ପାଇଁ ପାରଦ ୪୦&nbsp; ଡିଗ୍ରୀ ଟପିଛି। ପାରଦ ଗତକାଲି ୪୦ ଦଶମିକ ୫ ଡିଗ୍ରୀ ସହ&nbsp; ଟିଟିଲାଗଡ଼ ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ସମ୍ବଲପୁରରେ&nbsp; ୪୦.୩, ତାଳଚେର ୩୯.୯ ଏବଂ&nbsp; ମାଲକାନଗିରିରେ ୩୯. ୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିଲା। ସେହିପରି ରାଜାଧାନୀ ଭୁବନେଶ୍ୱରରେ&nbsp; ତାପମାତ୍ରା&nbsp; ୩୯ ଦଶମିକ ୪ ଡିଗ୍ରୀ ଥିବା ବେଳେ କଟକରେ ୩୭ ଦଶମିକ ୮ ଡିଗ୍ରୀ ତାପମାତ୍ରା ଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos