ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ସକ୍ରିୟ ହୋଇଛି ମୌସୁମୀ ବାୟୁ। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ସକାଳେ ୯ଟା ଯାଏଁ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଘଡ଼ଘଡ଼ି ଓ ଘୂର୍ଣ୍ଣିଝଡ଼ ମଧ୍ୟ ହୋଇପାରେ।
ସୂଚନାଯୋଗ୍ୟ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ରାଜ୍ୟରେ ପୁଣି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। କିଛି ସ୍ଥାନରେ ଗତକାଲିଠୁ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ଜିଲ୍ଲାରେ ମୌସୁମୀ ବର୍ଷା ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ଛୁଇଁବ ବୋଲି ଗତକାଲି ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଦୁଇ ସନ୍ତାନ ପାଇଁ ଗଲା ସମବାୟ ସଭାପତି ପଦ
ଦୁଇରୁ ଅଧିକ ପିଲା ଥିବାରୁ ବାପୁଜୀ ନଗର କ୍ୟାପିଟାଲ କୋଅପରେଟିଭ୍ ହାଉସିଂ ଲିମିଟେଡର ସଭାପତି ଓ ସଭ୍ୟ ପଦ ହରାଇଛନ୍ତି ବିଶ୍ୱରଂଜନ ମହାନ୍ତି। ତାଙ୍କର ଦୁଇ ପିଲା ଥିବାନେଇ ଓଡ଼ିଶା ରିପୋର୍ଟରରେ ଗତ ବର୍ଷ ପ୍ରମାଣ ସହ ବାଜିଥିଲା ଖବର।
Politics
ବିଧାୟକଙ୍କୁ ପିଟି ଛଡ଼ାଇନେଲେ ସୁନା ଚେନ୍
ଆକ୍ରମଣକାରୀମାନେ ବବି ଭାଇ ଜିନ୍ଦାବାଦ୍ ନାରା ପକାଇଥିବା ଅଭିଯୋଗ କରିଛନ୍ତି ବିଧାୟକ।
Crime
ଜାରିଂ ଗଣଦୁଷ୍କର୍ମ ମାମଲା: ଲିଫ୍ଟ ବାହାନାରେ ଧୋକା ଦେଇଥିଲେ ପରିଚିତ ବ୍ୟକ୍ତି, ୬ ଜଣଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ
ଭିଡିଓ ଭାଇରାଲ କରିବା ଅଭିଯୋଗରେ ଯେଉଁ ୩ ଜଣ ଗିରଫ ହୋଇଥିଲେ, କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
Miscellaneous
‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ୨୪ରେ ଆସିବ କେନ୍ଦ୍ରୀୟ ଟିମ୍
କେନ୍ଦ୍ରୀୟ ଟିମ୍ ଫେରିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ଟିମ୍ ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ସହାୟତା ରାଶି ଆସିବ।
Education
ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି
ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି।