ସ୍ଥଗିତ ରହିଲା ରେଭେନ୍ସା ଛାତ୍ର ପରିଷଦ ନିର୍ବାଚନ

Ordigital Desk
  • Published: Tuesday, 22 August 2017
  • , Updated: 22 August 2017, 05:30 PM IST
<p>କଟକ (ଓଡ଼ିଶା ରିପୋର୍ଟର): &nbsp;ରେଭେନ୍ସା ଛାତ୍ର ପରିଷଦ ନିର୍ବାଚନ ସ୍ଥଗିତ ରହିଲା। ଛାତ୍ର ଅଶାନ୍ତି ଯୋଗୁଁ ରେଭେନ୍ସା କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ପୁର୍ନବାର ତାରିଖ ଘୋଷଣା ପର୍ଯ୍ୟନ୍ତ ନିର୍ବାଚନ ସ୍ଥଗିତ ରହିବ। ଅନ୍ୟପକ୍ଷରେ ଛାତ୍ର ପରିଷଦ ବଦଳରେ ଛାତ୍ର ସଂସଦ ଦାବି କରି ଧାରଣାରେ ବସି ରହିଛନ୍ତି ରେଭେନ୍ସା ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଦସ୍ୟ।</p> <p>ଆଜି ରେଭେନ୍ସାରେ ଛାତ୍ର ପରିଷଦ ନିର୍ବାଚନ ହେବାର ଥିଲା। ପ୍ରକାଶ ପାଇଥିବା ବିଜ୍ଞପ୍ତି ମୁତାବକ ଆଜି ପୂର୍ବାହ୍ନ ୧୦ଟାରୁ ୫ ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହି ନିର୍ବାଚନକୁ ବିରୋଧ କରି ରେଭେନ୍ସା କ୍ରିୟାନୁଷ୍ଠାନ କମିଟି ମୁଖ୍ୟଫାଟକ ଆଗରେ ଧାରଣାରେ ବସି ରହିଥିଲା। ଏପରିକି ରେଭେନ୍ସା ପରିସରରେ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ରେଭେନ୍ସା ଭିତରକୁ କୌଣସି କର୍ମଚାରୀ ଅଥବା ଅଧ୍ୟାପକ ଓ ଅଧ୍ୟାପିକା ପ୍ରବେଶ କରି ପାରି ନଥିଲେ। ପାଠ ପଢ଼ିବାକୁ ପିଲାମାନେ ଯାଇପାରିନଥିଲେ। ରେଭେନ୍ସା ଅଶାନ୍ତ ହେଉଥିବା ଦେଖି କର୍ତ୍ତୃପକ୍ଷ ନିର୍ବାଚନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଥିଲେ।&nbsp; ତେବେ ପରବର୍ତ୍ତୀ ତାରିଖ କେବେ ଧାର୍ଯ୍ୟ ହେବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ।</p> <p>ରେଭେନ୍ସା ଛାତ୍ର କ୍ରୀୟାନୁଷ୍ଠାନ କମିଟି ଆବାହକ ଲଲାଟେନ୍ଦୁ ଦାସ କହିଛନ୍ତି-&ldquo;ଛାତ୍ର ପରିଷଦ ବଦଳରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଆମେ ଦାବି କରୁଛୁ। ଏଥିପାଇଁ ଆମେ ଆଜି ଯେଉଁ ଆନ୍ଦୋଳନ କରିଥିଲୁ ତାହା ଆଜି ସଫଳ ହୋଇଛି। ଦାବି ପୂରଣ ନହେଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନ ତୀବ୍ରତର ହେବ।&rdquo;</p>

Related story