ବିଜେପୁର ଉପନିର୍ବାଚନ: ଆଜି ନାମାଙ୍କନପତ୍ର ଦାଖଲ କରିବେ ରୀତା 

Ordigital Desk
  • Published: Monday, 05 February 2018
  • , Updated: 05 February 2018, 08:11 AM IST
<p>ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ରୀତା ସାହୁ&nbsp; ଆଜି ନାମାଙ୍କନପତ୍ର ଦାଖଲ କରିବେ। ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିନ ପ୍ରାୟ ୧୨ଟା ସମୟରେ ସେ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି।&nbsp; ଏଥିରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହ ବିଜେଡିର ବହୁ ତୁଙ୍ଗ ନେତା ଯୋଗ ଦେବେ। ବିଜେପି ଏବଂ କଂଗ୍ରେସ ଦଳରୁ ଯିଏ ବି ପ୍ରାର୍ଥୀ ହେଲେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ରୀତା &nbsp;କହିଛନ୍ତି।</p> <p>ସୂଚନାଯୋଗ୍ୟ, ଗତ ୨ ତାରିଖରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଦଳୀୟ ନେତା ଓ ସମର୍ଥକଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଶେଷ ମୂହୁର୍ତ୍ତରେ ଗତକାଲି କଂଗ୍ରେସ ଗାଇସିଲଟ ବ୍ଲକର ଉପାଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି। ପ୍ରଣୟ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ।&nbsp; ଆସନ୍ତା ୨୪ ତାରିଖରେ ବିଜେପୁରରେ ଭୋଟ୍&zwnj; ଗ୍ରହଣ ହେବ।</p>

Related story