ବିଜୁଳି ଦର ବୃଦ୍ଧିର ପ୍ରତିବାଦ; ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କାଳରେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ତେଜୁଛି ତୀବ୍ର ଆନ୍ଦୋଳନ। ଏହାର ପ୍ରତିବାଦ ନିମନ୍ତେ ଆଜି  ସନ୍ଧ୍ୟା ୬ଟାରୁ ୧୫ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ପ୍ରତିବାଦ ଜଣାଇବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛି  ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ । ଏହି ଅଭିଯାନରେ ସମସ୍ତ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଦୋକାନ ବଜାର ମଲ୍‌ଗୁଡ଼ିକ ସହଯୋଗ କରିବାକୁ ମହାସଂଘ ନିବେଦନ କରିଛି । କରୋନା କାଳରେ ସରକାର […]

light

Niharika Rout
  • Published: Thursday, 22 October 2020
  • , Updated: 22 October 2020, 09:11 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କାଳରେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ତେଜୁଛି ତୀବ୍ର ଆନ୍ଦୋଳନ। ଏହାର ପ୍ରତିବାଦ ନିମନ୍ତେ ଆଜି  ସନ୍ଧ୍ୟା ୬ଟାରୁ ୧୫ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ପ୍ରତିବାଦ ଜଣାଇବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛି  ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ । ଏହି ଅଭିଯାନରେ ସମସ୍ତ ଘରୋଇ ବିଦ୍ୟୁତ୍‌ ଉପଭୋକ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଦୋକାନ ବଜାର ମଲ୍‌ଗୁଡ଼ିକ ସହଯୋଗ କରିବାକୁ ମହାସଂଘ ନିବେଦନ କରିଛି ।

କରୋନା କାଳରେ ସରକାର ଯେପରି ବିଦ୍ୟୁତ୍ ଦର ବୃଦ୍ଧି କରିଛନ୍ତି ତାହା ବିଦ୍ୟୁତ୍ କଂପାନୀଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ହୋଇଛି। ମାତ୍ର ଉପଭୋକ୍ତାଙ୍କ ଉପରେ ଏହା ଚଡ଼କ ବୋଲି ମହାସଂଘ କହିଛି । ସରକାର ଦାବି ନମାନିଲେ ଆଗକୁ ତୀବ୍ର ଆନ୍ଦୋଳନ ପାଇଁ ସଂଘ ଚେତାବନୀ ଦେଇଛି।

Related story