ଆଜିଠାରୁ ରାଜ୍ୟରେ ବାଘ ଗଣନା

Ordigital Desk
  • Published: Friday, 16 February 2018
  • , Updated: 16 February 2018, 07:30 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟରେ ବାଘ ଗଣନା ଆରମ୍ଭ ହେବ। ଏକ ସପ୍ତାହ ବ୍ୟାପୀ ଏହି ଗଣନା କାର୍ଯ୍ୟକ୍ରମ ଜାରି ରହିବ। ଏଥିପାଇଁ ସମସ୍ତ ବନ୍ୟପ୍ରାଣୀ ଡିଭିଜନର ଅଧିକାରୀମାନେ ପ୍ରଶିକ୍ଷଣ ନେଇ ସାରିଛନ୍ତି। ଚଳିତଥର ବାଘ ଗଣନା ସମୟରେ ୯ଶହ କ୍ୟାମେରାର ଉପଯୋଗ କରାଯିବ। ଏଥିସହିତ ଅନ୍ୟ ପଦ୍ଧତି ଯଥା ପଗ୍&zwnj; ମାର୍କ ପ୍ରଭୃତିକୁ ନେଇ ମଧ୍ୟ ଗଣନା କରାଯିବ। ବାଘଙ୍କ ସହିତ ଜଙ୍ଗଲରେ ରହୁଥିବା ହେଟାବାଘ ପ୍ରଭୃତି ବଡ଼ ପଶୁଙ୍କ ଗଣନା ମଧ୍ୟ ଏହି ସମୟରେ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି।</p> <p>ଓଡ଼ିଶାରେ ଗଣନା ଶେଷ ହେବା ପରେ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ସେଠାରେ ଆକଳନ ଶେଷ ହେବା ପରେ ରାଜ୍ୟରେ କେତେ ବାଘ ଅଛନ୍ତି ତାର ହିସାବ ପ୍ରକାଶ ପାଇବ। ବିଗତ ବାଘ ଗଣନା ସମୟରେ ଓଡ଼ିଶାରେ ୪୦ଟି ବାଘ ଥିବା କୁହାଯାଇଥିଲା।</p> <p>ଚଳିତବର୍ଷ ଗଣନା ସମୟରେ ରାଜ୍ୟରେ ବାଘ ସଂଖ୍ୟା ବଢ଼ିବାର ଆଶା କରାଯାଉଛି। କାରଣ ଶିମିଳିପାଳର ଅନେକ ଅଞ୍ଚଳରେ ବାଘ ବିଚରଣ କରୁଥିବା ନଜରକୁ ଆସିଥିବାବେଳେ ରାୟଗଡ଼ା ଅଞ୍ଚଳରେ ମଧ୍ୟ ଲୋକେ ବାଘ ଦେଖିଥିବା ଜଣାପଡ଼ିଛି।</p>

Related story