ଅସହ୍ୟ ଗୁଳୁଗୁଳି, ଆହୁରି ୩ ଦିନ ହେବ ଗରମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶରତରେ ଗ୍ରୀଷ୍ମର ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ତାତି ବଢ଼ୁଛି। ଆସନ୍ତା ତିନି ଦିନ ଗରମ ଜାରି ରହିବା ସହ ଗୁଳୁଗୁଳି ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୪ ତାରିଖରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବର୍ଷା ଯୋଗୁଁ ମୌସୁମୀ ସକ୍ରିୟ ହେବା ନେଇ ଆକଳନ କରଯାଉଛି। ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ଯାଏଁ ରାଜ୍ୟରେ ସ୍ୱାଭାବିକ […]

Weather

Madhupriya Mistry
  • Published: Thursday, 01 September 2022
  • , Updated: 01 September 2022, 01:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶରତରେ ଗ୍ରୀଷ୍ମର ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଦୁର୍ବଳ ମୌସୁମୀ ଯୋଗୁ ରାଜ୍ୟରେ ତାତି ବଢ଼ୁଛି। ଆସନ୍ତା ତିନି ଦିନ ଗରମ ଜାରି ରହିବା ସହ ଗୁଳୁଗୁଳି ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ଆସନ୍ତା ୪ ତାରିଖରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବର୍ଷା ଯୋଗୁଁ ମୌସୁମୀ ସକ୍ରିୟ ହେବା ନେଇ ଆକଳନ କରଯାଉଛି। ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ଯାଏଁ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଛି। ୬ ଜିଲ୍ଲାରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛ।

ଗତକାଲି ରାଜ୍ୟର ୧୧ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିବା ପାଣିପାଗ ବିଭାଗ କହିଛି। ବୁଧବାର ୩୭.୨ ଡିଗ୍ରୀ ସହ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥିଲା ରାଜ୍ୟର ସବୁଠୁ ଉତପ୍ତ ସହର। ସେହିପରି ସମ୍ବଲପୁରରେ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।  ଅନୁଗୁଳରେ ପାରଦ ଥିଲା ୩୬.୧ ଡିଗ୍ରୀ।  ଉଚ୍ଚ ଆଦ୍ରତା ଯୋଗୁ ଦିନର ତାପମାତ୍ର ଅଧିକ ରହୁଛି। ଏଥିସହ  ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗି ରହିଥିବା ପାଣିପାଗ ବିଭାଗ କହିଛି।

https://twitter.com/mcbbsr/status/1565155705710977025?s=20&t=gR98x8T7Hj2osy-3zL3RZQ

Related story