ମୂଳରୁ ପାଇଖାନା ନାହିଁ, ବୋର୍ଡ଼ ଲାଗିଛି ବାହ୍ୟମଳମୁକ୍ତ  ଗାଁ

କୋଣାର୍କ(ସଞ୍ଜୟ ପତି) କଥାରେ ଅଛି ମୂଳରୁ …. ନାହିଁ,  ପୁଅ ନା ଗୋପାଳିଆ। ପୁରୀ ଜିଲ୍ଲାରେ ହୋଇଥିବା ପାଇଖାନା ମହାଦୁର୍ନୀତିକୁ ଦେଖିଲେ ଏହି ଉକ୍ତିଟିକୁ ପ୍ରତିପାଦିତ କରୁଛି। ଅର୍ଥାତ ଗାଁରେ ପାଇଖାନା ନାହିଁ। ହେଲେ ଗାଁକୁ ବାହ୍ୟମଳମୁକ୍ତ  ଗାଁ ବୋଲି ଘୋଷଣା କରାଯାଇ ଫଳକ ଲଗାଯାଇଛି। ପୁଣି କେଉଁଠି ହିତାଧିକାରୀଙ୍କ ନାଁରେ ବିଲ୍ ହୋଇଛିତ ଆଉ କେଉଁଠି କେଉଁଠି ଗୋଟିଏ ପାଇଖାନାରେ ଏକାଧିକ ହିତାଧିକାରୀଙ୍କ ନାଁ ଲେଖାଯାଇ ବିଲ୍ ହୋଇ ଟଙ୍କା ହଡ଼ପ ହୋଇଛି। ପୁରୀ ଜିଲ୍ଲା […]

7bh89

Tapas Behera
  • Published: Saturday, 24 October 2020
  • , Updated: 24 October 2020, 05:03 PM IST

କୋଣାର୍କ(ସଞ୍ଜୟ ପତି) କଥାରେ ଅଛି ମୂଳରୁ .... ନାହିଁ,  ପୁଅ ନା ଗୋପାଳିଆ। ପୁରୀ ଜିଲ୍ଲାରେ ହୋଇଥିବା ପାଇଖାନା ମହାଦୁର୍ନୀତିକୁ ଦେଖିଲେ ଏହି ଉକ୍ତିଟିକୁ ପ୍ରତିପାଦିତ କରୁଛି। ଅର୍ଥାତ ଗାଁରେ ପାଇଖାନା ନାହିଁ। ହେଲେ ଗାଁକୁ ବାହ୍ୟମଳମୁକ୍ତ  ଗାଁ ବୋଲି ଘୋଷଣା କରାଯାଇ ଫଳକ ଲଗାଯାଇଛି। ପୁଣି କେଉଁଠି ହିତାଧିକାରୀଙ୍କ ନାଁରେ ବିଲ୍ ହୋଇଛିତ ଆଉ କେଉଁଠି କେଉଁଠି ଗୋଟିଏ ପାଇଖାନାରେ ଏକାଧିକ ହିତାଧିକାରୀଙ୍କ ନାଁ ଲେଖାଯାଇ ବିଲ୍ ହୋଇ ଟଙ୍କା ହଡ଼ପ ହୋଇଛି। ପୁରୀ ଜିଲ୍ଲା ଗୋପ ବ୍ଲକ୍‌ରେ ସାମ୍ନାକୁ ଆସିଛି ପାଇଖାନା ଦୁର୍ନୀତିର ଏଭଳି ସାଙ୍ଘାତିକ ଚିତ୍ର। ଲୋକେ ପାଇଖାନାଟିଏ ନପାଇ ଏବେ ବି ଖୋଲାପଡ଼ଇାକୁ ଦଉଡୁଥିବା ବେଳେ କାଗଜ କଲମରେ ହିତାଧିକାରୀଙ୍କ ନାଁରେ ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପର ଅଭିଯୋଗ ଆସିଛି।

ଗୋପ ବ୍ଲକ ବଉଲାଙ୍ଗ ପଞ୍ଚାୟତର ବଡମାଛମରା ଗାଁରେ ଏକ ସୂଚନା ଫଳକ ମରା ଯାଇଛି । ଯେଉଁଥିରେ  ଲେଖା ଯାଇଛି ବାହ୍ୟ ମଳମୁକ୍ତ ଗାଁ । ଏହି ଗାଁରୁ ୪ଟି ପରିବାର ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯାଇଥିବା ବେଳେ  ଏବେ ମାତ୍ର ଦୁଇଟି ଦଳିତ ପରିବାର ଏଠାରେ  ବାସ କରୁଛନ୍ତି ।  ହେଲେ  କାହାର ପାଇଖାନା ନଥିବା ଦେଖିବାକୁ ମିଳିଥିଲା ।  ଆରଟିଆଇ ତଥ୍ୟ ଅନୁଯାଇ କ୍ରମିକ ସଂଖ୍ୟା ୫୫ ଆଇଡି ନମ୍ବର 185382350 ଓ ୫୬ ଆଇଡି ନମ୍ବର 185382728 ରେ ହିତାଧିକାରୀ ଦେବକୀ  କାଣ୍ଡି ଓ ଗଙ୍ଗା କାଣ୍ଡି ଏହି ଦୁଇ ପରିବାର ନାମରେ ବିଲ ହୋଇଯାଇଥିବା ଜଣାପଡିଛି । ହେଲେ ଏହି ବିଲ ସମ୍ପର୍କରେ ସେମାନେ କିଛି ଜାଣି ନଥିବା ଅଭିଯୋଗ କରିଛନ୍ତି ।

ସେହିପରି  ବଉଲାଙ୍ଗ ପଞ୍ଚାୟତର ଅଲଣା ଗ୍ରାମର କ୍ରମିକ ସଂଖ୍ୟା( 4) ହିତାଧିକାରୀ ଆଇଡି ନମ୍ବର 84793656 ରେ  ଆର୍ତ୍ତବନ୍ଧୁ ପାତ୍ରଙ୍କ ନାମରେ ୧୨,୦୦୦ଟଙ୍କା ବିଲ ହୋଇଥିବା ବେଳେ ସେ ଏହି ଅର୍ଥ ପାଇନଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏହି ପାଇଖାନାର  ଗୋଟିଏ କାନ୍ଥରେ ତାଙ୍କ ନାଁ ଲେଖାଥିବା ବେଳେ ଏହି ପାଇଖାନାର ଅନ୍ୟ ଏକ କାନ୍ଥରେ ଏହି ଅଲଣା ଗ୍ରାମର କାହ୍ନୁ ଚରଣ ପାତ୍ର  ନାଁ ଲେଖା ଯାଇ ବଡମାଛପୂର ଗାଁ କ୍ରମିକ ସଂଖ୍ୟା 57 ଓ ଆଇଡି ନମ୍ବର 185382234ରେ ୧୨,୦୦୦ ଟଙ୍କା ବିଲ ହୋଇଥିବା ଜଣା ପଡିଛି । ଏହିଭଳି ଭାବେ ସହ ସହ ଲୋକଙ୍କ ନାମରେ ମିଥ୍ୟା ବିଲ କରି ଟଙ୍କା ହଡ଼ପ କରାଯାଇଛି। ବଉଲାଙ୍ଗ  ପଞ୍ଚାୟତର ଭିଆଁପଡା ଗାଁର ସୁଦର୍ଶନ ବାରିକ ୨୦୧୭  ମସିହାରେ କ୍ରମିକ ସଂଖ୍ୟା 889ରେ ୧୨୦୦୦ ଟଙ୍କା ବିଲ ହୋଇଥିବା ବେଳେ ପୁନଃ ୨୦୧୯ରେ ସମାନ କ୍ରମିକ ସଂଖ୍ୟାରେ ୧୨,୦୦୦ ଟଙ୍କା ବିଲ ହୋଇଥିବା ଜଣା ପଡିଛି ।

କ୍ରମିକ ସଂଖ୍ୟା (58 )କୌଶଲ୍ୟା ଖୁଣ୍ଟିଆ ,କ୍ରମିକ ସଂଖ୍ୟା  (59) ଲକ୍ଷ୍ମୀଧର ପାଢି , କ୍ରମିକ ସଂଖ୍ୟା (62)  ପ୍ରମିଳା ମଲ୍ଲିକ , କ୍ରମିକ ସଂଖ୍ୟା (64 )ସୁଶାନ୍ତ ସ୍ଵାଇଁ ବାହାର ଗାଁ ଲୋକ ହୋଇଥିବା ବେଳେ ଏମାନଙ୍କ ନାମରେ  ବଡମାଛମରା ଗାଁରେ ବିଲ ହୋଇଛି । ଏହି ଭଳି ଭାବେ ତଞ୍ଚକତା କରି ହଜାର ହଜାର ଲୋକଙ୍କ ନାମରେ ବିଲ କରାଯାଇଥିବା ତଥ୍ୟ ଏବେ ପଦାକୁ ଆସିଛି । କେବଳ ଏହି ପଞ୍ଚାୟତ ନୁହେଁ  ଗୋପ ବ୍ଲକର ବଡଗାଁ ପଞ୍ଚାୟତ ପୁଟୁପଡା ଗାଁର ଅର୍ଦ୍ଧାଧିକ ଲୋକଙ୍କ ଘରେ ପାଇଖାନା ନଥିବା ବେଳେ ଏହି ଗାଁକୁ କିନ୍ତୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯାଇଛି।

 

ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ  ସୂଚନା ଫଳକ ମରାଯାଇଛି । ତେବେ ଗୋପ ବ୍ଲକରେ ପାଇଖାନା ନିର୍ମାଣରେ ହୋଇଥିବା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ହିତାଧିକାରୀ ଓ ସ୍ଥାନୀୟ ଲୋକ ଦାବି କରିଥିବା ବେଳେ ଏକ ସ୍ଵତନ୍ତ୍ର ଟିମ ଦ୍ଵାରା ଏହି ଅଭିଯୋଗର ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୋପ ବ୍ଲକ ବିଡିଓ କହିଛନ୍ତି ।

Related story