ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲରେ ଟମାଟୋ ଫ୍ଲୁ ଲକ୍ଷଣ ରୋଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦେଶର ବିଭିନ୍ନ ଭାଗରେ ଟମାଟୋ ଫ୍ଲୁ ସଂକ୍ରମଣ ବ୍ୟାପିବା ପରେ ଏବେ ରାଜଧାନୀ ଭୁବନେଶ୍ୱରର ଏହି ରୋଗ ଭଳି ଲକ୍ଷଣ ଥିବା ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ବୋଲି ଉଭୟ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲର ଅତିରିକ୍ତ ସୁପରିଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ପ୍ରାୟ ୨ସପ୍ତାହ ହେବ ଟମାଟୋ ଫ୍ଲୁ ଭଳି ଲକ୍ଷଣ ଥିବା ରୋଗୀ ଏମ୍ସକୁ ଆସୁଛନ୍ତି । ଦୈନିକ ୪ରୁ ୫ଜଣ ଏଭଳି […]

symptoms

symptoms

Ordigital Desk
  • Published: Saturday, 21 May 2022
  • Updated: 21 May 2022, 10:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦେଶର ବିଭିନ୍ନ ଭାଗରେ ଟମାଟୋ ଫ୍ଲୁ ସଂକ୍ରମଣ ବ୍ୟାପିବା ପରେ ଏବେ ରାଜଧାନୀ ଭୁବନେଶ୍ୱରର ଏହି ରୋଗ ଭଳି ଲକ୍ଷଣ ଥିବା ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ବୋଲି ଉଭୟ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲର ଅତିରିକ୍ତ ସୁପରିଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ପ୍ରାୟ ୨ସପ୍ତାହ ହେବ ଟମାଟୋ ଫ୍ଲୁ ଭଳି ଲକ୍ଷଣ ଥିବା ରୋଗୀ ଏମ୍ସକୁ ଆସୁଛନ୍ତି । ଦୈନିକ ୪ରୁ ୫ଜଣ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଛନ୍ତି । ସେମାନଙ୍କୁ ଓପିଡ଼ିରେ ଚିକିତ୍ସା କରିବା ପରେ ଛାଡ଼ି ଦିଆଯାଉଛି । ଏହି ଫ୍ଲୁ’ର ଅଧିକ ସଂକ୍ରମଣ ଆଶଙ୍କା ଥିବାରୁ ଏଭଳି ଲକ୍ଷଣଯୁକ୍ତ ପିଲାଙ୍କୁ ତୁରନ୍ତ ଆଇସୋଲେସନରେ ରଖିବାକୁ ଅଭିଭାବକମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଉଛି।

ସେହିପରି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଟମାଟୋ ଫ୍ଲୁ ପାଖାପାଖି ଲକ୍ଷଣ ଥିବା ପିଲା କ୍ୟାପିଟାଲ ହସ୍ପିଟାଲ ଆସୁଛନ୍ତି । ସାଧାରଣ ମେଡିସିନ୍ ଦେଲେ ୨ରୁ ୪ଦିନରେ ଭଲ ହେଉଛନ୍ତି । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ତେଣୁ ଆତଙ୍କିତ ନହୋଇ ଏଭଳି ଲକ୍ଷଣ ଥିଲେ ଅତି ସାବଧାନତା ଓ ଟମାଟୋ ଫ୍ଲୁ ଭାବି ଚିକିତ୍ସା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଟମାଟୋ ଫ୍ଲୁ ଲକ୍ଷଣ ସନ୍ଦେହ ଥିଲେ ନମୂନା ପରୀକ୍ଷା କରିବାକୁ ଆରଏମଆରସିକୁ ପଠାଯାଉଛି । ଗତକାଲିଠୁ କିଛି ନମୂନା ସଂଗ୍ରହ କରାଯାଇ ଆରଏମଆରସିକୁ ପଠାଯାଇଛି । ୫ରୁ ୭ଦିନରେ ଏହି ରିପୋର୍ଟ ଆସିବ ବୋଲି ଡାକ୍ତର ସାହୁ କହିଛନ୍ତି।

ସୂଚନାଯୋଗ୍ୟ, ଦୁଇଦିନ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ଟମାଟୋ ଫ୍ଲୁ ଭଳି ଭାଇରାଲ ରୋଗ ଏହି ସମୟରେ ଦେଖାଦେଇଥାଏ । ପିଲା ଖାଇବ ନାହିଁ, ଦେହରେ ଫଳିଯିବ, ନାଲି ପଡ଼ିଯିବ, ଜ୍ୱର ହେବ ଓ ବାନ୍ତି ଆଦି ହେବା ହେଉଛି ଏହାର ଲକ୍ଷଣ । ଜିଲ୍ଲା ଚିକିତ୍ସାଳୟଗୁଡ଼ିକୁ ମଧ୍ୟ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ କୁହାଯାଇଛି । ଏବେ ପିଲାମାନଙ୍କ ଦେହରେ ଯେଉଁ ଏଭଳି ଲକ୍ଷଣ ଦେଖାଯାଉଛି ତାହା କେଉଁ ଭାଇରସ୍ ଜାଣିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଆରଏମଆରସି ଏହି ଭାଇରାସ ଚିହ୍ନଟ କରିବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos