ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ : କାଲି ଏହି ହେବିୱେଟଙ୍କ ମଧ୍ୟରେ ହେବ ଲଢ଼େଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁଦ୍ଧକ୍ଷେତ୍ର ପ୍ରସ୍ତୁତ। ଯୋଦ୍ଧା ବି ପ୍ରସ୍ତୁତ। ୧୯ ନିର୍ବାଚନ ପାଇଁ ଆସନ୍ତାକାଲି ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଉ ଏହି ଲଢ଼େଇ ପାଇଁ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ମଧ୍ୟରୁ କେତେକ ହେବିୱେଟ ନେତାଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ନବରଙ୍ଗପୁରରେ ଭାଗ୍ୟ ପରଖିବାକୁ ଯାଉଛନ୍ତି ୩ ମାଝୀ। ସେମାନେ ହେଲେ ବିଜେପିର ବଳଭଦ୍ର ମାଝୀ, କଂଗ୍ରେସର ପ୍ରଦୀପ ମାଝୀ ଓ ବିଜେଡିର ରମେଶ ଚନ୍ଦ୍ର ମାଝୀ। ସେହିପରି କଳାହାଣ୍ଡିରେ ବିଜେପି ରାଜ୍ୟ […]

980

Tapas Behera
  • Published: Wednesday, 10 April 2019
  • , Updated: 10 April 2019, 10:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁଦ୍ଧକ୍ଷେତ୍ର ପ୍ରସ୍ତୁତ। ଯୋଦ୍ଧା ବି ପ୍ରସ୍ତୁତ। ୧୯ ନିର୍ବାଚନ ପାଇଁ ଆସନ୍ତାକାଲି ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଉ ଏହି ଲଢ଼େଇ ପାଇଁ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ମଧ୍ୟରୁ କେତେକ ହେବିୱେଟ ନେତାଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ନବରଙ୍ଗପୁରରେ ଭାଗ୍ୟ ପରଖିବାକୁ ଯାଉଛନ୍ତି ୩ ମାଝୀ। ସେମାନେ ହେଲେ ବିଜେପିର ବଳଭଦ୍ର ମାଝୀ, କଂଗ୍ରେସର ପ୍ରଦୀପ ମାଝୀ ଓ ବିଜେଡିର ରମେଶ ଚନ୍ଦ୍ର ମାଝୀ। ସେହିପରି କଳାହାଣ୍ଡିରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ କଂଗ୍ରେସ୍ ନେତା ଭକ୍ତ ଦାସ ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ମଧ୍ୟରେ ବିଗ୍‌ ଫାଇଟ୍‌ ହେବ। ଏହାବ୍ୟତୀତ ବ୍ରହ୍ମପୁରରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ମଧ୍ୟରେ କଡ଼ା ଟକ୍କର ହେବ।

ତେବେ କୋରାପୁଟରୁ ବିଜେପରୁ ଭେଟେରାନ ଲିଡର ଜୟରାମ ପାଙ୍ଗୀଙ୍କ ସହ ବିଜେଡିର ନବାଗତା କୌଶଲ୍ୟା ହିକ୍କକା ଓ କଂଗ୍ରେସର ନବାଗତ ସପ୍ତଗିରି ଉଲ୍ଲାକାଙ୍କ ମଧ୍ୟରେ ଲଢ଼େଇ ହେବ। ଏବେ ନଜର ପକାଇବା ବିଧାନସଭା ନିର୍ବାଚନ ଲଢୁଥିବା ହେଭିୱେଟଙ୍କ ଉପରେ। ଭାବାନୀପାଟଣାରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାଏକ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଓ ଭକ୍ତ ଦାସଙ୍କ ପୁଅ ସାଗର ଦାସଙ୍କ ଭାଗ୍ୟ ପରୀକ୍ଷା ହେବ।

ଜୁନାଗଡ଼ରେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ନର୍ଲାରେ ପୂର୍ବତନ ସାଂସଦ ଭୂପିନ୍ଦର ସିଂଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର୍ । ସେହିପରି ଝରିଗାଁରୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ନବରଙ୍ଗପୁରରୁ ପୂର୍ବତନ ବିଧାୟକ ସଦନ ନାୟକ, ଡାବୁଗାଁରୁ ବିଧାୟକ ମନୋହର ରାନ୍ଧାରୀ ଓ ଭୂଜବଳ ମାଝୀ ଏବଂ କୋଟପାଡ଼ରେ କଂଗ୍ରେସ୍ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ଭାଗ୍ୟ ପରୀକ୍ଷା ହେବ।

ସେହିପରି ଗୋପାଳପୁରରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ଚିକିଟିରୁ ଉଷା ଦେବୀ ଓ ଦିଗପହଣ୍ଡିରୁ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ରାଜନୈତିକ ଭବିଷ୍ୟତ ନିର୍ଣ୍ଣୟ କରିବେ ଭୋଟର୍ । ଦିଗପହଣ୍ଡିରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଟକ୍କର ଦେଉଛନ୍ତି ବିଜେପି ନେତ୍ରୀ ପିଙ୍କି ପ୍ରଧାନ। ଅନ୍ୟପକ୍ଷରେ ପାରଳାଖେମୁଣ୍ଡିରେ ବିଧାୟକ କେ. ସୂର୍ଯ୍ୟା ରାଓ, ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଓ କଲ୍ୟାଣୀ ଗଜପତିଙ୍କ ମଧ୍ୟରୁ ଭୋଟର କାହାକୁ ଭରସା କରୁଛନ୍ତି ତା’ ଉପରେ ନଜର ରହିବ।  ସେହିପରି ଗୁଣପୁରରୁ ଶିଶିର ଗମାଙ୍ଗ, ରାୟଗଡ଼ାରୁ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜୟପୁରରେ ରବି ନନ୍ଦ, ତାରା ପ୍ରସାଦ ବାହିନୀପତି ଓ କୃଷ୍ଣଚନ୍ଦ୍ର ସଗରିଆ, ଲକ୍ଷ୍ମୀପୁରରେ ବିଧାୟକ କୈଳାସ କୁଲେସିକାଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।

Related story