ଯୋଡ଼ାମୁଣ୍ଡ ଶିଶୁଙ୍କ ପାଇଁ ନୂଆ ଆଶା: କାଲି ଦିଲ୍ଲୀ ଯିବେ ହନି ଓ ସିଂହ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆସନ୍ତାକାଲି ସେମାନେ ଭୁବନେଶ୍ୱରରୁ ରାଜଧାନୀ ଏକ୍ସପ୍ରେସରେ ନୂଆଦିଲ୍ଲୀ ଯିବେ।  ସେଠାରେ ଏମ୍ସରେ ଦୁଇ ଶିଶୁ ହନି ଏବଂ ସିଂହଙ୍କ ଚିକିତ୍ସା କରାଯିବ। ଗତକାଲି ଦୁଇ ଶିଶୁଙ୍କ ସହ ବାପା ମାଆଙ୍କୁ ମିଲିପଡା ଗାଁରୁ ଫିରିଙ୍ଗିଆ ଡାକ୍ତରଖାନା ଅଣାଯାଇଥିଲା। ଆଜି ସେମାନେ ଭୁବନେଶ୍ୱର ଆସିଛନ୍ତି। ସେମାନଙ୍କ ସହ ନୂଆପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡାକ୍ତର ଓ ରାଷ୍ଟ୍ରୀୟ […]

two child

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 06:28 PM IST

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁଙ୍କ ଚିକିତ୍ସା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆସନ୍ତାକାଲି ସେମାନେ ଭୁବନେଶ୍ୱରରୁ ରାଜଧାନୀ ଏକ୍ସପ୍ରେସରେ ନୂଆଦିଲ୍ଲୀ ଯିବେ।  ସେଠାରେ ଏମ୍ସରେ ଦୁଇ ଶିଶୁ ହନି ଏବଂ ସିଂହଙ୍କ ଚିକିତ୍ସା କରାଯିବ।

ଗତକାଲି ଦୁଇ ଶିଶୁଙ୍କ ସହ ବାପା ମାଆଙ୍କୁ ମିଲିପଡା ଗାଁରୁ ଫିରିଙ୍ଗିଆ ଡାକ୍ତରଖାନା ଅଣାଯାଇଥିଲା। ଆଜି ସେମାନେ ଭୁବନେଶ୍ୱର ଆସିଛନ୍ତି। ସେମାନଙ୍କ ସହ ନୂଆପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡାକ୍ତର ଓ ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆସିଷ୍ଟାଣ୍ଟ ମ୍ୟାନେଜର ମଧ୍ୟ ଅଛନ୍ତି।

ସେପଟେ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପରିବାର ବର୍ଗଙ୍କୁ ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହାସହ ଜିଲ୍ଲା ରୋଗୀ କଲ୍ୟାଣ ସମିତି ତରଫରୁ ୨୫ହଜାର ଟଙ୍କା ପ୍ରଦାନ କରାଯାଇଛି।  ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆସିଷ୍ଟାଣ୍ଟ ମ୍ୟାନେଜର ସୌମ୍ୟ ସାମନ୍ତରାୟ ଦୁଇ ଶିଶୁ ହନି ଏବଂ ସିଂହଙ୍କ ସହ ଦିଲ୍ଲୀ ଯିବେ। ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଶିଶୁଙ୍କ ମାଗଣା ଚିକିତ୍ସା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ।

Related story