ସ୍ୱାଧୀନତା ଦିବସ: ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ, ମାଓ ପ୍ରବଣ ଅଞ୍ଚଳରେ କମ୍ୱିଂ

ଭୁବନେଶ୍ୱର: ରାତି ପାହିଲେ ଦେଶ ପାଳନ କରିବ ୭୧ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି ପରେଡ୍ ସ୍ଥଳ। ରାଜ୍ୟସ୍ତରୀୟ ପରେଡ୍ ପାଇଁ ମହାତ୍ମାଗାନ୍ଧି ମାର୍ଗରେ ଚାଲିଛି ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ରିହରସଲ୍। ଆସନ୍ତାକାଲି କାଲି ଏଠାରେ ଏକ ମଂଚରୁ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମହାତ୍ମା […]

ind

Rakesh Mallick
  • Published: Monday, 14 August 2017
  • , Updated: 14 August 2017, 07:12 PM IST

ଭୁବନେଶ୍ୱର: ରାତି ପାହିଲେ ଦେଶ ପାଳନ କରିବ ୭୧ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି ପରେଡ୍ ସ୍ଥଳ।

ରାଜ୍ୟସ୍ତରୀୟ ପରେଡ୍ ପାଇଁ ମହାତ୍ମାଗାନ୍ଧି ମାର୍ଗରେ ଚାଲିଛି ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ରିହରସଲ୍। ଆସନ୍ତାକାଲି କାଲି ଏଠାରେ ଏକ ମଂଚରୁ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମହାତ୍ମା ଗାନ୍ଧି ମାର୍ଗରେ ତନ୍ନ ତନ୍ନ ଯାଞ୍ଚ ଚଳାଇଛି। ଡଗ୍ ସ୍କ୍ୱାର୍ଡ଼ ଓ ବମ୍ ସ୍କ୍ୱାର୍ଡ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ପରେଡ୍‌ ସ୍ଥଳ। ନିୟୋଜିତ ରହିବେ ୨୫ ପ୍ଲାଟୁନ୍ ଫୋର୍ସ ଓ ୨୦୦ ଅଫିସର। ପ୍ରଥମ ଥର ପାଇଁ ସୁଇଫ୍ଟ ଆକ୍ସନ ଫୋର୍ସ ସହ ଏସ୍ଓଜି, କ୍ୱୁଏଟି, ବୋମା ନିଷ୍କ୍ରିୟକାରୀ ଦଳ ଓ ସାଦା ପୋଷାକରେ ମୁତୟନ ରହିବେ ସୁରକ୍ଷାକର୍ମୀ। ମାଷ୍ଟର କ୍ୟାଣ୍ଟିନରୁ ପିଏମ୍‌ଜି ପର୍ଯ୍ୟନ୍ତ ସବୁ ଗତିବିଧି ଉପରେ ନଜର ରଖିବ ୫୦ଟି ସିସି କ୍ୟାମେରା। ଏଥିସହ ପରେଡ୍ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ପୋଲିସ କମିଶନର ଓ୍ୱାଇ.ବି. ଖୁରାନିଆ କହିଛନ୍ତି।

ମାଓ ପ୍ରବଣ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସ୍ୱାଧୀନତା ଦିବସରେ ସମ୍ଭାବ୍ୟ ମାଓ ହିଂସାକୁ ଦୃଷ୍ଟିରେ ରଖି ମାଓ ପ୍ରବଣ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ସ୍ୱାଧୀନତା ଦିବସକୁ ବର୍ଜନର ଆହ୍ବାନ ପରେ ଆଜି ବଲାଙ୍ଗିର ଖପ୍ରାଖୋଲ ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳରେ ଲାଲ୍‌ ବାହିନୀ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ। ତେଣୁ ଅଘଟଣ ଏଡ଼ାଇବା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ଯାଞ୍ଚ ଚାଲିଛି ବୋଲି ବଲାଙ୍ଗୀର ଏସ୍‌ପି କେ. ଶିବା ସୁବ୍ରମଣି କହିଛନ୍ତି।

କନ୍ଧମାଳ, କୋରାପୁଟ ଓ ନୂଆପଡ଼ା ଜିଲ୍ଲାର ମାଓ ଅଧ୍ୟୁଷିତ ଅଞ୍ଚଳରେ ଏସ୍ଓଜି ଓ ସିଆପିଏଫ୍ ଯବାନ ମୁତୟନ ସାଙ୍ଗକୁ ପାଟ୍ରୋଲିଂ ଓ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ସକାଳ ୯ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟପତାକା ଉତ୍ତୋଳନ କରିବେ। ସେହିପରି ୧୮ଟି ଜିଲ୍ଲା ମୁଖ୍ୟାଳୟରେ ମନ୍ତ୍ରୀ ଓ ବାକି ଜିଲ୍ଲାରେ ଜିଲ୍ଲାପା ଓ ଆଡିସି ଜାତୀୟ ପତାକା ଉତ୍ତୋଳନ କରିବେ।

Related story