ଭଦ୍ରକ(ପାର୍ଥ ସାରଥୀ ନାୟକ): ଆସନ୍ତାକାଲି ଭଦ୍ରକ ବନ୍ଦ ଡାକରା ଦେଇଛି କଂଗ୍ରେସ । ଏହାକୁ ସମର୍ଥନ ଦେବେ ଭଦ୍ରକର ବିଭିନ୍ନ ଅନୁଷ୍ଠାନ । ଆସନ୍ତାକାଲି ସକାଳ ୬ଟାରୁ ସଂଧ୍ୟା୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ।
ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ବନ୍ଦ ଡାକରା ଦେଉଛି କଂଗ୍ରେସ । ପୂର୍ବରୁ ଏହି ଦାବି ନେଇ ଭଦ୍ରକ ମେଡିକାଲ କଲେଜ ସଂଗ୍ରାମୀ ସେନା, କ୍ରିୟାନୁଷ୍ଠାନ କମିଟି ଓ ଭଦ୍ରକ ସୋସିଆଲ ସର୍ଭିସ ଭଳି ବହୁ ଅନୁଷ୍ଠାନ ୨୦୧୮ ମସିହାରୁ ଭିନ୍ନ ଭିନ୍ନ ଉପାୟରେ ଆନ୍ଦୋଳନ କରୁଛି । ଏମିତି କି ପୂର୍ବରୁ ଭଦ୍ରକ ଜିଲ୍ଲା ବନ୍ଦ ଘୋଷଣା କରଯାଇଥିଲା । ସେତେବେଳେ ଜିଲ୍ଲାର ପ୍ରତ୍ୟକ ଗାଁ ଓ ପଞ୍ଚାୟତରେ ମଧ୍ୟ ବନ୍ଦ ଡାକରାର ପ୍ରଭାବ ଦେଖିବାପାଇଁ ମିଳିଥିଲା । ଏବେ ପୁଣି ଭଦ୍ରକ ସହର ଓ ୧୬ନଂ ଜାତୀୟ ରାଜପଥକୁ ବନ୍ଦ ଡାକରା ଦେଇଛି କଂଗ୍ରେସ ।
ତେବେ ପ୍ରଥମେ ସହର ବନ୍ଦ ଡକରା ସଫଳ ହେବା ପରେ ପୁଣି ପଞ୍ଚାୟତ ସ୍ଥରରେ ଆନ୍ଦୋଳନ ଆରମ୍ଭ କରିବ । ଯେତେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେବେ ପର୍ଯ୍ୟନ୍ତ ବିଭିନ୍ନ ଉପାୟରେ ଆନ୍ଦୋଳନ କୁ ଜାରି ରଖିବ କଂଗ୍ରେସ । ଅନ୍ୟପଟେ ବିଭିନ୍ନ ସାମାଜିକ ସଂଗଠନ କଂଗ୍ରେସର ଏହି ଡାକରାକୁ ସମର୍ଥନ ଜଣାଇଛନ୍ତି । କିନ୍ତୁ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ କୁ ସଫଳ କରିବା ନେଇ ସହରବାସୀ ଙ୍କୁ ନିବେଦନ କରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।