ଆସନ୍ତାକାଲି କ୍ୟାବିନେଟ୍ : ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିବ ମାନ୍ୟତା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୦୮ବର୍ଷର ପ୍ରତୀକ୍ଷା ପରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟର ସରକାରୀ ସଙ୍ଗୀତ ମାନ୍ୟତା ମିଳିବାର ମାର୍ଗ ପ୍ରଶସ୍ତ ହୋଇଛି। ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ଏହି ସଙ୍ଗୀତକୁ ‘ସରକାରୀ ମାନ୍ୟତା’ ଦେବା ପ୍ରସ୍ତାବକୁ ଅନୁମୋଦନ କରିବାର ସମ୍ଭାବନା ରହିଛି। ତେବେ ଠିକ୍ ଦୁଇବର୍ଷ ତଳେ ‘ବନ୍ଦେ ଉତ୍କଳ ଜନନୀ’ ଗୀତରେ କେତେକ ଶବ୍ଦର ପରିବର୍ତ୍ତନ ପାଇଁ ଦାବି କରୁଥିବା ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ମନ୍ତ୍ରୀ ସୁଶାନ୍ତ ସିଂ ଓ […]

cabinet

cabinet

Tapas Behera
  • Published: Saturday, 06 June 2020
  • Updated: 06 June 2020, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୧୦୮ବର୍ଷର ପ୍ରତୀକ୍ଷା ପରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟର ସରକାରୀ ସଙ୍ଗୀତ ମାନ୍ୟତା ମିଳିବାର ମାର୍ଗ ପ୍ରଶସ୍ତ ହୋଇଛି। ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ଏହି ସଙ୍ଗୀତକୁ ‘ସରକାରୀ ମାନ୍ୟତା’ ଦେବା ପ୍ରସ୍ତାବକୁ ଅନୁମୋଦନ କରିବାର ସମ୍ଭାବନା ରହିଛି। ତେବେ ଠିକ୍ ଦୁଇବର୍ଷ ତଳେ ‘ବନ୍ଦେ ଉତ୍କଳ ଜନନୀ’ ଗୀତରେ କେତେକ ଶବ୍ଦର ପରିବର୍ତ୍ତନ ପାଇଁ ଦାବି କରୁଥିବା ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ମନ୍ତ୍ରୀ ସୁଶାନ୍ତ ସିଂ ଓ ପଶ୍ଚିମ ଓଡ଼ିଶାବାସୀଙ୍କୁ ମନାଇ ରାଜ୍ୟ ସରକାର ଏହି ପ୍ରସ୍ତାବକୁ କ୍ୟାବିନେଟକୁ ଆଣୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଦିନ ସାଢ଼େ ୧ଟା ସମୟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ସରକାରୀ ମାନ୍ୟତା ଦେବା ନିମନ୍ତେ ଏକ ପ୍ରସ୍ତାବକୁ ସଂସ୍କୃତି ବିଭାଗ ପକ୍ଷରୁ ଆଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ଓଡ଼ିଆ ଲୋକମାନେ ଦଳମତବର୍ଣ୍ଣ ନିର୍ବିଶେଷରେ ମେ’ ୩୦ତାରିଖ ଅପରାହ୍ନ ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାଇଥିଲେ। ଏଥିରେ ଉତ୍ସାହିତ ହୋଇ ରାଜ୍ୟ ସରକାର ଏବେ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ‘ସରକାରୀ ସଙ୍ଗୀତ’ ମାନ୍ୟତା ଦେବାକୁ ଚିନ୍ତା କରିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଓଡ଼ିଶା ବିଧାନସଭା ଓ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଗାନ କରାଯାଉଥିଲେ ମଧ୍ୟ ଏହାକୁ ସରକାରୀ ମାନ୍ୟତା ମିଳିନଥିବାରୁ ଭାଷାପ୍ରେମୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏପରିକି ଅନେକ ସମୟରେ ଏନେଇ ଦାବି ମଧ୍ୟ ହୋଇଛି। ରାଜ୍ୟବାସୀଙ୍କ ଭାବନାକୁ ସମ୍ମାନ ଦେଇ ସରକାର ୨୦୧୬ ମାର୍ଚ୍ଚ ମାସରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏହି କମିଟି ତାଙ୍କ ରିପୋର୍ଟ ମଧ୍ୟ ସରକାରଙ୍କୁ ଦେଇଥିଲେ। ୨୦୧୮ ମସିହା ଜୁନ୍ ମାସରେ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ଦାବି ପ୍ରତି ସରକାର ମଧ୍ୟ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ। ମାତ୍ର ସେତେବେଳେ ମନ୍ତ୍ରୀ ସୁଶାନ୍ତ ସିଂ ଗଣମାଧ୍ୟମରେ ଖୋଲାଖୋଲି ଭାବେ ପଶ୍ଚିମଓଡ଼ିଶାବାସୀଙ୍କ ଭାବନାକୁ ଦୃଷ୍ଟିରେ ରଖି ‘ବନ୍ଦେ ଉତ୍କଳ ଜନନୀ’ ପରିବର୍ତ୍ତେ ‘ବନ୍ଦେ ଓଡ଼ିଶା ଜନନୀ’ ବୋଲି ସଂଶୋଧନ ପାଇଁ ଦାବି କରିବା ପରେ ଏହି ପ୍ରସ୍ତାବ ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା।

ସୂଚନାଯୋଗ୍ୟ, ୧୯୧୦ ମସିହାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ପ୍ରଥମଥର ପାଇଁ ୧୯୧୨ ମସିହାରେ ବାଲେଶ୍ୱରରେ ଉତ୍କଳ ସମ୍ମିଳନୀରେ ବୋଲାଯାଇଥିଲା। ୧୯୩୬ ଏପ୍ରିଲ ୧ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ମିଳିବା ସମୟରେ ମଧ୍ୟ ଏହି ଗୀତ ଗାନ କରାଯାଇଥିଲା। ତା’ପରେ ୧୯୯୪ ନଭେମ୍ବର ମାସରେ ଏହି ଗୀତକୁ ସରକାରୀ ଭାବେ ଉପଯୋଗ ନିମନ୍ତେ ତତକାଳୀନ ବିଧାନସଭା ବାଚସ୍ପତି ଯୁଧିଷ୍ଠିର ଦାସ ସର୍ବଦଳୀୟ କମିଟି ଗଠନ କରିଥିଲେ। ୧୯୯୪ ଡିସେମ୍ବର ୨୨ରୁ ଏହି ଗୀତକୁ ବିଧାନସଭାର ପ୍ରତ୍ୟେକ ଅଧିବେଶନ ଆରମ୍ଭ ଓ ଶେଷରେ ଗାନ ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୦୦ ମସିହାରେ ବାଚସ୍ପତି ଶରତ କର ଓ ୨୦୦୬ ମସିହାରେ ମହେଶ୍ୱର ମହାନ୍ତିଙ୍କ ସମୟରେ ମଧ୍ୟ ଏହି ଗୀତକୁ ସରକାରୀ ମାନ୍ୟତା ଦେବା ନିମନ୍ତେ ବିଧାନସଭାରେ ଦାବି ଜୋରଦାର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story