ରାତି ପାହିଲେ ମହାପଞ୍ଚୁକ, ଧବଳେଶ୍ୱର ପୀଠରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆଠଗଡ଼ (ନୀଳକଣ୍ଠ ଦୋରା): ରାତି ପାହିଲେ ମହାପଞ୍ଚୁକ। ଏଥିପାଇଁ ଉତ୍ସବ ମୁଖର ଶ୍ରୀଶ୍ରୀ ଧବଳେଶ୍ଵର ପୀଠ। ରାତି ୨ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ସମ୍ପନ୍ନ ହେବ। ପ୍ରଥମେ ଠାକୁରଙ୍କ ମହାସ୍ନାନ କରାଯିବ। ପରେ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତିକାନ୍ତି କରାଯିବ। ତା’ପରେ ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରିପାରିବେ। ଆସନ୍ତାକାଲି ମହାପଞ୍ଚମୀ ପଡୁଥିବାରୁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡି ହେବ। ଏହାକୁ ନିୟନ୍ତ୍ରଣ କରିବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ […]

baba

Manoranjan Sial
  • Published: Thursday, 07 November 2019
  • , Updated: 08 November 2019, 08:25 AM IST

ଆଠଗଡ଼ (ନୀଳକଣ୍ଠ ଦୋରା): ରାତି ପାହିଲେ ମହାପଞ୍ଚୁକ। ଏଥିପାଇଁ ଉତ୍ସବ ମୁଖର ଶ୍ରୀଶ୍ରୀ ଧବଳେଶ୍ଵର ପୀଠ। ରାତି ୨ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ସମ୍ପନ୍ନ ହେବ। ପ୍ରଥମେ ଠାକୁରଙ୍କ ମହାସ୍ନାନ କରାଯିବ। ପରେ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତିକାନ୍ତି କରାଯିବ। ତା’ପରେ ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରିପାରିବେ। ଆସନ୍ତାକାଲି ମହାପଞ୍ଚମୀ ପଡୁଥିବାରୁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡି ହେବ। ଏହାକୁ ନିୟନ୍ତ୍ରଣ କରିବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ପୀଠରେ ୩ ଜଣ ଆଡିସିନାଲ୍‌ ଏସ୍‌ପି, ୧୨ ଜଣ ଡିଏସ୍‌ପି, ୨୦ ଇନ୍ସପେକ୍ଟର, ୬୦ ସବ୍‌ଇନ୍ସପେକ୍ଟ, ୧୦୦ ହାବିଲ୍‌ଦା ଓ କନ୍‌ଷ୍ଟେବଲ୍‌ ଏବଂ ୧୬ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ରହିବେ। ଶ୍ରଦ୍ଧାଳୁଙ୍କ ଯିବା ଆସିବାକୁ ଦୃଷ୍ଟିରେ ରଖି ଘାଟର ଉଭୟ ପାର୍ଶ୍ୱରୁ ୧୦ ଡଙ୍ଗା ଚଲାଇବାର ବ୍ୟବସ୍ଥା କରାଯାଇଛି।

Related story