୧୦୦ ମୁହାଁ ପେଟ୍ରୋଲ ଦର, କାଲି ରାଜ୍ୟ ସରକାରଙ୍କ ଭେଟି ଉପରେ ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମାଡ଼ରେ ଦୋହଲିଯାଇଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ।  ତଳମୁହାଁ ଅଭିବୃଦ୍ଧି ହାର। କ୍ଷତି ସହିଛି କୃଷି, ଶିଳ୍ପ ଓ ସେବା କ୍ଷେତ୍ର  । ଏକଥା କହୁଛି ୨୦୨୦-୨୧ର ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । ଏପଟେ ମୁଣ୍ଡପିଛା ଆୟ କମିଥିବା ବେଳେ, ସେପଟେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଚିନ୍ତା ବଢାଇଛି ଶହେ ମୁହାଁ ହୋଇଥିବା ପେଟ୍ରୋଲ ଓ ଡିଜେଲ୍ ଦର।  ତେଣୁ ସାଧାରଣ ଲୋକଙ୍କ […]

petrol price hike

petrol price hike

Tapas Behera
  • Published: Sunday, 21 February 2021
  • Updated: 21 February 2021, 08:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମାଡ଼ରେ ଦୋହଲିଯାଇଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ।  ତଳମୁହାଁ ଅଭିବୃଦ୍ଧି ହାର। କ୍ଷତି ସହିଛି କୃଷି, ଶିଳ୍ପ ଓ ସେବା କ୍ଷେତ୍ର  । ଏକଥା କହୁଛି ୨୦୨୦-୨୧ର ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ । ଏପଟେ ମୁଣ୍ଡପିଛା ଆୟ କମିଥିବା ବେଳେ, ସେପଟେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଚିନ୍ତା ବଢାଇଛି ଶହେ ମୁହାଁ ହୋଇଥିବା ପେଟ୍ରୋଲ ଓ ଡିଜେଲ୍ ଦର।  ତେଣୁ ସାଧାରଣ ଲୋକଙ୍କ ବଜେଟ୍ ଆଶା, ରାଜ୍ୟ ସରକାର ତେଲ ଉପରୁ ଭାଟ୍ ହ୍ରାସ କରି ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିବେ । ଏଥିସହ ପ୍ରବାସ ଫେରନ୍ତାଙ୍କୁ ଦୃଷ୍ଟିରେ ରଖି, ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ସରକାର କିଛି ସ୍ୱତନ୍ତ୍ର ସ୍କିମ୍ ଆଣନ୍ତୁ ବୋଲି ମଧ୍ୟ ଲୋକଙ୍କ ଆଶା ରହିଛି।

କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପ  ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ ଏହି ସବୁ କ୍ଷେତ୍ରକୁ ମାନ୍ଦା କରିଦେଇଥିଲା ମହାମାରୀ କରୋନା।  ତେବେ କେନ୍ଦ୍ର ସରକାର ଏସବୁକୁ ଟ୍ରାକକୁ ଆଣିବାକୁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିବା ବେଳେ, ରାଜ୍ୟ ସରକାର କରୋନା ପରବର୍ତ୍ତୀ ବଜେଟରେ କେଉଁ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି ଏବଂ କେଉଁ କ୍ଷେତ୍ରରେ କିଭଳି ବ୍ୟୟବରାଦ କରୁଛନ୍ତି, ତା ଉପରେ ବି ନଜର ରହିବ । କୃଷିରେ ସଂସ୍କାର ଓ ଶିଳ୍ପକୁ ସୁଧ ରିହାତି ଆଦି ଆବଶ୍ୟକ ଥିବା ବିଶେଷଜ୍ଞ ମତ ଦେଇଥିବା ବେଳେ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଅଧିକ ବ୍ୟୟବରାଦର କେତେ ଆବଶ୍ୟକତା ରହିଛି, ତାହା କରୋନା କାଳରେ ସରକାର ନିଶ୍ଚୟ ଉପଲବ୍ଧି କରିଥିବେ ବୋଲି କହିଛନ୍ତି ।

ଆସନ୍ତାକାଲି ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ନଜର ରହିଛି । ଅର୍ଥନୀତି ବିଶେଷଜ୍ଞଙ୍କ କହିବା କଥା, ସରକାର ଏମ୍ଏସ୍ଏମ୍ଇକୁ ପ୍ରୋତ୍ସାହନ, କୃଷି କ୍ଷେତ୍ରରେ କୋଲ୍ଡ ଚେନ୍ ଏବଂ ଶିଳ୍ପ ସଂସ୍ଥାଙ୍କୁ ଆକୃଷ୍ଟ କରିବା ପାଇଁ ଇଜ୍ ଅଫ୍ ଡୁଇଂ ବିଜିନେସ୍ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ। ଆକଳନ ଅନୁସାରେ, ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ମୋଟ ଋଣ ପରିମାଣ ଜିଡିପିର ୨୨.୨ ପ୍ରତିଶତ ଅର୍ଥାତ୍ ୧ ଲକ୍ଷ ୩୭ ହଜାର ୫୪୪ କୋଟି ହେବାକୁ ଯାଉଥିବା ବେଳେ, ଏହାର ପରିଚାଳନା ବି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story