ଆସନ୍ତାକାଲି ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୧ଟାରେ ଅନୁଷ୍ଠିତ ହେବ। ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କେତେକ ଚିଠା ବିଲ୍ ପ୍ରସ୍ତାବକୁ ଅନୁମୋଦନ ଓ ଅଧ୍ୟାଦେଶକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଅନଲାଇନରେ ହେବାକୁ ଥିବା ଏହି କ୍ୟାବିନେଟ ବୈଠକ ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଅବଗତ କରାଯିବା ସହ ଉପସ୍ଥିତ ରହିବା ନିମନ୍ତେ  ନିର୍ଦ୍ଦେଶ […]

cabinet

Tapas Behera
  • Published: Monday, 14 September 2020
  • , Updated: 14 September 2020, 07:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୧ଟାରେ ଅନୁଷ୍ଠିତ ହେବ। ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କେତେକ ଚିଠା ବିଲ୍ ପ୍ରସ୍ତାବକୁ ଅନୁମୋଦନ ଓ ଅଧ୍ୟାଦେଶକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଅନଲାଇନରେ ହେବାକୁ ଥିବା ଏହି କ୍ୟାବିନେଟ ବୈଠକ ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଅବଗତ କରାଯିବା ସହ ଉପସ୍ଥିତ ରହିବା ନିମନ୍ତେ  ନିର୍ଦ୍ଦେଶ ଦିଆଯାଇଛି। ବୈଠକର ଏଜେଣ୍ଡା ମନ୍ତ୍ରୀମାନଙ୍କୁ ଦିଆଯାଇନଥିବା ଜଣାପଡ଼ିଛି। ୨୯ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ସରକାର କେତେକ ବିଲକୁ ଗୃହୀତ କରାଇ ନେବାକୁ ଚାହୁଁଛନ୍ତି। ସେଥିପାଇଁ ଆସନ୍ତାକାଲି କ୍ୟାବିନେଟ ବୈଠକରେ ଏସବୁ ଚିଠା ବିଲକୁ ଅନୁମୋଦନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Related story