ଆସନ୍ତାକାଲିଠୁ କୋଭିଡ୍ ଟିକା ନେବେ ଆଉ ୧.୬୦ଲକ୍ଷ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଭାଗ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଆସନ୍ତାମାସ ୧୦ତାରିଖ ସୁଦ୍ଧା ଆଉ ୧ଲକ୍ଷ ୬୦ହଜାର ୪୭୩ଜଣଙ୍କୁ କୋଭିଡ୍ ଟିକା ଦିଆଯିବ ବୋଲି ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦ୍ୱିତୀୟ ଭାଗ ଟିକାକରଣ କେବଳ ରାଜଧାନୀ ଭୁବନେଶ୍ୱରରେ ହୋଇଥିଲା। ଭୁବନେଶ୍ୱରର ୧୧ଟି କେନ୍ଦ୍ରରେ ମୋଟ ୧୧୩୭ ଜଣ ସ୍ୱାସ୍ଥ୍ୟକର୍ମୀ କୋଭିଡ୍ ଟୀକା ନେଇଛନ୍ତି। ରାଜ୍ୟର ମୋଟ ୩ଲକ୍ଷ ୩୮ହଜାର ୭୦୦ ସ୍ୱାସ୍ଥ୍ୟ […]

covid

covid

Manoranjan Sial
  • Published: Wednesday, 27 January 2021
  • Updated: 27 January 2021, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଭାଗ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିବାବେଳେ ଆସନ୍ତାମାସ ୧୦ତାରିଖ ସୁଦ୍ଧା ଆଉ ୧ଲକ୍ଷ ୬୦ହଜାର ୪୭୩ଜଣଙ୍କୁ କୋଭିଡ୍ ଟିକା ଦିଆଯିବ ବୋଲି ଜଣାପଡ଼ିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦ୍ୱିତୀୟ ଭାଗ ଟିକାକରଣ କେବଳ ରାଜଧାନୀ ଭୁବନେଶ୍ୱରରେ ହୋଇଥିଲା। ଭୁବନେଶ୍ୱରର ୧୧ଟି କେନ୍ଦ୍ରରେ ମୋଟ ୧୧୩୭ ଜଣ ସ୍ୱାସ୍ଥ୍ୟକର୍ମୀ କୋଭିଡ୍ ଟୀକା ନେଇଛନ୍ତି। ରାଜ୍ୟର ମୋଟ ୩ଲକ୍ଷ ୩୮ହଜାର ୭୦୦ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରୁ ଆଜିସୁଦ୍ଧା ୧ଲକ୍ଷ ୭୮ହଜାର ୨୨୭ଜଣ ଟିକା ନେଇସାରିଛନ୍ତି। ବାକି ୧ଲକ୍ଷ ୬୦ହଜାର ୪୭୩ଜଣଙ୍କୁ ଫେବୃୟାରୀ ୧୦ତାରିଖ ସୁଦ୍ଧା ଟିକା ପ୍ରଦାନ କରାଯିବ।

ଆସନ୍ତାକାଲିଠୁ ସମସ୍ତ ଜିଲ୍ଲାରେ ଏହି ଦ୍ୱିତୀୟ ଭାଗ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଟିକାରୁ ବଂଚିତ ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପର୍ଯ୍ୟାୟକ୍ରମେ ଡକାଯିବ। ଯେଉଁମାନେ ଖବର ପାଇବାପରେ ବି ଟିକା ନନେବେ ସେମାନଙ୍କୁ ଆଉ ସରକାରଙ୍କ ମାଗଣା ଟିକାକରଣ ଅଭିଯାନରେ ସାମିଲ କରାଯିବ ନାହିଁ। ଟିକା ନେଇଥିବା କୌଣସି ବ୍ୟକ୍ତିଙ୍କ ଶରୀରରେ ଏବେସୁଦ୍ଧା କୌଣସି ପାଶ୍ୱପ୍ରତିକ୍ରିୟାର ଖବର ଆସିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos