ଅଯୋଧ୍ୟା ରାୟ: ଓଡ଼ିଶାରେ ଆଇନ ଶୃଙ୍ଖଳା କଡ଼ାକଡ଼ି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ବହୁ ପ୍ରତିକ୍ଷୀତ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି।  କୌଣସି ଅଘଟଣ ଆଶଙ୍କାରେ ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଯେକୌଣସି ପରିସ୍ଥିତି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଲିସ୍‌କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।  ବିଭିନ୍ନ ସ୍ଥାନରେ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବରିଷ୍ଠ ଅଧିକାରୀ ସ୍ଥିତି ଉପରେ ନଜର ରଖିଥିବା ରାଜ୍ୟ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା […]

kendrapada-1-1

Niharika Rout
  • Published: Saturday, 09 November 2019
  • , Updated: 09 November 2019, 02:42 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ବହୁ ପ୍ରତିକ୍ଷୀତ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି।  କୌଣସି ଅଘଟଣ ଆଶଙ୍କାରେ ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ଯେକୌଣସି ପରିସ୍ଥିତି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଲିସ୍‌କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।  ବିଭିନ୍ନ ସ୍ଥାନରେ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ବରିଷ୍ଠ ଅଧିକାରୀ ସ୍ଥିତି ଉପରେ ନଜର ରଖିଥିବା ରାଜ୍ୟ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅଯୋଧ୍ୟା ବିବାଦୀୟ ଜମି ପ୍ରସଙ୍ଗରେ ଶୁଣାଣିକୁ ନେଇ ପୂର୍ବରୁ ସତର୍କତା ଜାରି କରିଛନ୍ତି କଟକ ଡିସିପି । ଅଯୋଦ୍ଧା ପ୍ରସଙ୍ଗକୁ ନେଇ କୌଣସି ମିଥ୍ୟା ଖବର କିମ୍ବା ଗୁଜବକୁ ବିଶ୍ୱାସ ନ କରିବାକୁ କୁହାଯାଇଛି । କାହାର ଧର୍ମୀୟ ଭାବନାକୁ ଆଘାତ କଲା ଭଳି ବିବାଦୀୟ ଲେଖା ସୋଶାଲ ମିଡିଆରେ ପୋଷ୍ଟ ନ କରିବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି । ଏହାସହ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କଲାଭଳି କୌଣସି ଲେଖା ଶେଆର କିମ୍ବା ଫରଓ୍ୱାର୍ଡ ନକରିବାକୁ ସେ ପରାମର୍ଶ ଦେଇଛନ୍ତି  ।

ଅଯୋଧ୍ୟା ରାୟକୁ ନେଇ ଷ୍ଟିଲ ସିଟି ରାଉରକେଲାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତି ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ଗଠନ କରାଯାଇଛି। ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନାରେ ଏକ ଶାନ୍ତି ବୈଠକ କରାଯାଇଥିଲା। ଏସ୍‌ପି କେ. ଶିବା ସୁବ୍ରମଣିଙ୍କ ନେତୃତ୍ୱରେ ବରିଷ୍ଠ ପୁଲିସ୍‌ ଅଧିକାରୀ ଏଥିରେ ଯୋଗ ଦେଇଥିଲେ । ସହରରେ ଶାନ୍ତି ବଜାୟ ରଖିବାକୁ ବିଭିନ୍ନ ପକ୍ଷଙ୍କୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

[caption id="attachment_458426" align="alignnone" width="780"] ରାଉରକେଲ ଏସ୍‌ପି ଶାନ୍ତି ବଜାୟ ରଖିବା ଲାଗି ଅପିଲ୍‌ କରୁଛନ୍ତି।[/caption]

କେନ୍ଦ୍ରାପଡାରେ ମଧ୍ୟ ସୁରକ୍ଷା କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ପି ନୀତି ଶେଖର । ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ରହିଛି । ଶାନ୍ତି କମିଟି ସହ ଆଲୋଚନା କରାଯାଇଛି । ବିଭିନ୍ନ ସ୍ଥାନରେ ପୁଲିସ୍‌ ମୁତୟନ କରାଯାଇଥିବା ଏସ୍‌ପି କହିଛନ୍ତି।

Related story