ଟପ୍‌ ନକ୍ସଲ ନେତା ପୁଲିସ ଇନ୍ସପେକ୍ଟର, କଲେଣି ୧୦୦ରୁ ଅଧିକ ଏନ୍‌କାଉଣ୍ଟର

ମାଲକାନାଗିରି(ଜିତେନ୍ଦ୍ର ବେଉରା): ଦିନେ ସେ ନକ୍ସଲ ସଙ୍ଗଠନରେ ସାମିଲ୍‌ ହୋଇ ଘଞ୍ଚ ଜଙ୍ଗଲରେ ପୁଲିସକୁ ଶିକାର କରୁଥିଲେ। ଆଜି ସେ ପୁଲିସରେ ସାମିଲ ହୋଇ ନିଜ ସାଥୀଙ୍କୁ ଶିକାର କରୁଛନ୍ତି। ଆଉ ଶପଥ ନେଇଛନ୍ତି ନିଜ ଅଞ୍ଚଳରୁ ନକ୍ସଲଙ୍କୁ ସଫା କରିବେ। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ସଂଜୟ ପୋଟାମ୍ବ। ପଞ୍ଚମ ପାସ୍‌ କରିଥିବା ସଞ୍ଜୟ ଏବେ ନକ୍ସଲ ବିରୋଧୀ ଅପରେସନ୍‌ରେ ଲିଡ୍‌ କରୁଛନ୍ତି। ୧୦୦ରୁ ଅଧିକ ଏନ୍‌କାଉଣ୍ଟର କରିବାରେ ସଫଳ ହୋଇଛନ୍ତି। ସଂଜୟ […]

Police

Police

Manoranjan Sial
  • Published: Monday, 20 September 2021
  • Updated: 20 September 2021, 09:22 PM IST

Sports

Latest News

ମାଲକାନାଗିରି(ଜିତେନ୍ଦ୍ର ବେଉରା): ଦିନେ ସେ ନକ୍ସଲ ସଙ୍ଗଠନରେ ସାମିଲ୍‌ ହୋଇ ଘଞ୍ଚ ଜଙ୍ଗଲରେ ପୁଲିସକୁ ଶିକାର କରୁଥିଲେ। ଆଜି ସେ ପୁଲିସରେ ସାମିଲ ହୋଇ ନିଜ ସାଥୀଙ୍କୁ ଶିକାର କରୁଛନ୍ତି। ଆଉ ଶପଥ ନେଇଛନ୍ତି ନିଜ ଅଞ୍ଚଳରୁ ନକ୍ସଲଙ୍କୁ ସଫା କରିବେ। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ସଂଜୟ ପୋଟାମ୍ବ। ପଞ୍ଚମ ପାସ୍‌ କରିଥିବା ସଞ୍ଜୟ ଏବେ ନକ୍ସଲ ବିରୋଧୀ ଅପରେସନ୍‌ରେ ଲିଡ୍‌ କରୁଛନ୍ତି। ୧୦୦ରୁ ଅଧିକ ଏନ୍‌କାଉଣ୍ଟର କରିବାରେ ସଫଳ ହୋଇଛନ୍ତି।

ସଂଜୟ ପୋଟାମ୍ବ ଓରଫ ବଦରୁ। ଘର ଛତିଶଗଡ଼ ରାଜ୍ୟର ନକ୍ସଲ ପ୍ରବଣ ବିଜାପୁର ଅଞ୍ଚଳରେ। ସେ ଗାଁ ସ୍କୁଲରେ ପାଠ ପଢ଼ୁଥିଲେ। ସେତେବେଳେ ନକ୍ସଲମାନେ ଗାଁକୁ ଆସୁଥିଲେ। ସଭା ସମିତି କରୁଥିଲେ। ନକ୍ସଲଙ୍କ ଭାଷଣରେ ଅନୁପ୍ରାଣିତ ହୋଇଥିଲେ ବାଳକ ସଞ୍ଜୟ। ହେଲେ ଘରର ଚାରି କାନ୍ଥ ଭିତରୁ ସେ ବାହାରି ପାରିନଥିଲେ। ତେବେ ପରିବାରର ଆର୍ଥିକ ଅନଟନ ତାଙ୍କୁ ଅଧିକ ପାଠ ପଢ଼ିବାକୁ ସୁଯୋଗ ଦେଲା ନାହିଁ। ପଞ୍ଚମ ଶ୍ରେଣୀ ପାସ୍‌ କରିବା ପରେ ପାଠ ପଢ଼ାରେ ଡୋରି ବାନ୍ଧିଥିଲେ।

ପାଠପଢ଼ାରେ ଡୋରି ବନ୍ଧା ହେବା ପରେ ଗାଁରେ କାମଦାମରେ ଲାଗି ପଡ଼ିଲେ ସଞ୍ଜୟ। ଯୌବନରେ ନକ୍ସଲଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ସେ ଛତିଶଗଡ଼ର ଦରଭା ଡିଜିଜନରେ ସାମିଲ ହୋଇଥିଲେ। ନିଜ ଉପସ୍ଥିତ ବୁଦ୍ଧି ଓ କାର୍ଯ୍ୟଶୈଳୀ ପାଇଁ ଗୋଟିଏ ପରେ ଗୋଟିଏ ଅପରେସନରେ ସଫଳ ହେଲେ। ଆଉ ରାତାରାତି ବନିଗଲେ ନକ୍ସଲ କମାଣ୍ଡାଣ୍ଟ। ଖେଳିଲେ ରକ୍ତର ହୋଲି। ଦୀର୍ଘ ୭ ବର୍ଷରେ ସଙ୍ଗଠନ ପାଇଁ ବଡ଼ ବଡ଼ ହିଂସାକାଣ୍ଡ ଘଟାଇଥିଲେ। ଯେଉଁଥିପାଇଁ ସରକାର ତାଙ୍କ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଛତିଶଗଡ଼ ପୁଲିସ ପାଇଁ ସଞ୍ଜୟ ଥିଲେ ମୋଷ୍ଟ ୱାଣ୍ଟେଡ୍‌। ଯେତେବେଳେ ନକ୍ସଲମାନେ ମୂଳ ଆଦର୍ଶରୁ ବିଚ୍ୟୁତ ହୋଇ ଅନ୍ୟାୟ କାର୍ଯ୍ୟରେ ଲିପ୍ତ ରହିଲେ, ତାହା ସଞ୍ଜୟଙ୍କୁ ବ୍ୟଥିତ କରିଥିଲା। ଆଉ ସଙ୍ଗଠନ ଛାଡ଼ିବାକୁ ମନସ୍ତ କରିଥିଲେ।

୨୦୧୩ ମସିହାରେ ନକ୍ସଲ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ। ସେ ଦାନ୍ତେୱାଡ଼ା ପୁଲିସ୍ ଆଗରେ ଆତ୍ମସମର୍ପଣ କରିଥିଲେ। ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ବସ୍ତର ଅଞ୍ଚଳରୁ ନକ୍ସଲଙ୍କୁ ମୂଳପୋଛ କରିବା। ପୁଲିସ୍‌ର ସମର୍ଥନ ଓ ସହଯୋଗରେ ନକ୍ସଲ କମାଣ୍ଡରରୁ ଗୁପ୍ତ ସୈନିକ ହେଲେ ସଂଜୟ। ଆଉ ଯେଉଁ ଏକେ-୪୭ ରାଇଫଲ୍‌ ଧରି ସେ ପୁଲିସ୍ ବିରୋଧରେ ଲଢୁଥିଲେ, ଆଜି ସେହି ରାଇଫଲ୍‌କୁ ମୁହାଁଇ ଦେଲେ ନିଜ ସାଥୀ ନକ୍ସଲଙ୍କ ଆଡକୁ। ବଦଳିଗଲା ଟାର୍ଗେଟ୍, ନିଜ ପୁରୁଣା ସଂଗଠନର ସବୁ ଗୁପ୍ତ ଠିକଣା, ନେଟ୍ଓ୍ୱର୍କ, ଯୋଜନା ସଂପର୍କରେ ଅବଗତ ଥିବାରୁ ପୁଲିସ୍‌ର ଗୋଟିକ ପରେ ଗୋଟିଏ ସଫଳ ଅପରେସନ୍‌ରେ ସାମିଲ ହୋଇ ନକ୍ସଲଙ୍କୁ ଧୂଳି ଚଟାଇ ଚାଲିଲେ। ଆଉ ଚଢ଼ି ଚାଲିଲେ ଗୋଟିଏ ପରେ ଗୋଟିଏ ସଫଳତା।

ସଞ୍ଜୟ ପ୍ରଥମେ ଇନ୍‌ଫର୍ମର ଭାବେ ଚାକିରି କରିଥିଲେ। ତା’ପରେ କନ୍‌ଷ୍ଟେବଳ ହୋଇଥିଲେ। ଘଞ୍ଚ ଜଙ୍ଗଲରେ ସଫଳ ଅପରେସନ୍‌ କରି ସେ ୫ ବର୍ଷରେ ପାଞ୍ଚ ପାଞ୍ଚଟି ପ୍ରମୋସନ୍ ପାଇସାରିଲେଣି। ସାଧାରଣ ସିପାହୀରୁ ବନିଗଲେ ପୁଲିସ୍ ଇନ୍ସପେକ୍ଟର। ଏପରିକି ଦାନ୍ତେଓ୍ୱାଡ଼ା ଜିଲ୍ଲାରେ ୫୦ରୁ ଅଧିକ ନକ୍ସଲ ବିରୋଧୀ ଅପରେସନ୍‌ରେ ସାମିଲ ହୋଇ ୧୦୦ରୁ ଅଧିକ ଏନ୍‌କାଉଣ୍ଟର କରିବାରେ ସଫଳ ହୋଇଛନ୍ତି ସଂଜୟ। ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଛତିଶଗଡ଼ ପୁଲିସ୍ ମେଡାଲ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏବେ ରାଷ୍ଟ୍ରପତି ମେଡାଲ୍ ପାଇଁ ତାଙ୍କ ନାଁକୁ ସୁପାରିସ କରାଯାଇଛି। ସଂଜୟ ଏବେ ନକ୍ସଲ ବିରୋଧୀ ଅପରେସନ୍‌ରେ ସ୍ଥାନୀୟ ଡିଆର୍‌ଜି ଯବାନଙ୍କ ଟିମ୍‌କୁ ଲିଡ୍ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story