କୋରାପୁଟ(ସୂର୍ଯ୍ୟ ନାରାୟଣ ଲେଙ୍କା): କାର୍ରେ ଯାଉଥିଲା ପ୍ରାୟ ୮ କୋଟିରୁ ଅଧିକ ପରିମାଣର ଜାଲ୍ ନୋଟ୍ । ଖବର ପାଇ ବିପୁଳ ପରିମାଣର ଜାଲ ନୋଟ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ପୁଲିସ୍।
ଆଜି ପ୍ରାୟ ଭୋର ସମୟରେ ଏକ କାର୍ ଓଡ଼ିଶା-ଆନ୍ଧ୍ର ସୀମା ଅତିକ୍ରମ କରୁଥିଲା। ଖବର ପାଇ ପଟାଙ୍ଗୀ ପୁଲିସ୍ କାର୍ଟିର ପିଛା କରି ସୁଙ୍କିରେ ଅଟକାଇବାକୁ ସଫଳ ହୋଇଥିଲା। ଏହାପରେ କାର୍ ଭିତରୁ ୭ କୋଟି ୯୦ ଲକ୍ଷ ଟଙ୍କାର କେବଳ ୫୦୦ ଟଙ୍କିଆ ଜାଲ୍ ନୋଟ ଜବତ ହୋଇଛି। ପୁଲିସ୍ କାର୍ରେ ଥିବା ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ତେବେ ଏତେ ନକଲି ନୋଟ କେଉଁଠୁ ଆସିଲା, କାହା ପାଖକୁ ଯାଉଥିଲା, ଏହା ପଛରେ ଆଉ କିଏ କିଏ ଅଛନ୍ତି, ସେସବୁର ତଦନ୍ତ କରୁଛି ପୁଲିସ୍ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।