ଖାଁ ଖାଁ ଲାଗୁଛି ଚିଲିକା

Ordigital Desk
  • Published: Tuesday, 27 March 2018
  • , Updated: 27 March 2018, 11:15 AM IST
<p>ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ଖାଁ ଖାଁ ଲାଗୁଛି ମରାଳ ମାଳିନୀ ନିଳାମ୍ବୁ ଚିଲିକା। ଭୁଟ ଭୁଟିର ଶବ୍ଦ ଶୁଭୁନି କି ପର୍ଯ୍ୟଟକଙ୍କ ଭିଡ଼ ନାହିଁ। ଯେଉଁଠି ସକାଳୁ ସଞ୍ଜ ଯାଏଁ ପର୍ଯ୍ୟଟକ ଭିଡ଼ ଲାଗି ରୁହେ ସେଠାରେ ଖେଳିଯାଇଛି ନୀରବତା। ଜେଟିରେ ବନ୍ଧା ହୋଇଛି ଡଙ୍ଗା। ଆଉ ଟିକେଟ୍&zwnj; ବୁକିଙ୍ଗ କାଉଣ୍ଟରରେ ଝୁଲୁଛି ତାଲା। ଦୁଇ ଗାଁ ମଧ୍ୟରେ ହୋଇଥିବା ସଂଘର୍ଷ ଯୋଗୁଁ ଚିଲିକାର ସାତପଡ଼ାରେ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛି। ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଚିଲିକା ବୁଲିବାକୁ ଆସୁଥିଲେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ଚିଲିକା ଉପରେ ନିର୍ଭର କରୁଥିବା ବ୍ୟବସାୟୀ।</p> <p>ଗତ ୨୦ ତାରିଖରେ ଚିଲିକାର କିଆନାସି ପର୍ଯ୍ୟଟନ କେନ୍ଦ୍ରକୁ ନେଇ ଦୁଇ ଗାଁ ବାଘମୁଣ୍ଡା ଓ ସିପକୁଦା ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଯୋଗୁଁ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି। ନ୍ୟାୟ ଦାବିରେ ବାଘମୁଣ୍ଡା ସମେତ ୩୫ ମୌଜାର ଲୋକେ ଖଣ୍ଡୁଆଳ ଛକରେ ରାସ୍ତା ଅବରୋଧ କରିଛନ୍ତି। ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଛାଡୁନାହାଁନ୍ତି। ଏ ସମସ୍ୟା ସମ୍ପର୍କରେ ସ୍ଥାନୀୟ ତହସିଲଦାର କହିଛନ୍ତି,&ldquo; ଜିଲ୍ଲାପାଳ ଓ ଏସ୍&zwnj;ପିଙ୍କ ସହ ଆଲୋଚନା କରାଯାଇ ଖୁବ ଶୀଘ୍ର ସମାଧାନ କରାଯିବ।&rdquo;</p>

Related story