ଅଧା ରାସ୍ତାରେ ଓଲଟି ପଡ଼ିଲା ଟ୍ରାକ୍ଟର, ଚାଲିଗଲା ୩ ଜୀବନ

ବଣାଇ (ରଞ୍ଜିତ ଚୌଧୁରୀ): ଟ୍ରାକ୍ଟରରେ ପଞ୍ଚାୟତ ସଦର ମହକୁମାକୁ ଚାଉଳ ପାଇଁ ଯାଉଥିଲେ। ହେଲେ ଅଧା ରାସ୍ତାରେ ଟ୍ରାକ୍ଟରଟି ଓଲଟି ପଡ଼ିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜରଦା ପଞ୍ଚାୟତର କେଲ ଗାଁରେ ଘଟିଛି। କେଲ ଗାଁରୁ ୧୫ରୁ ଊର୍ଦ୍ଧ୍ୱ ଲୋକ ଏକ ଟ୍ରାକ୍ଟରରେ ଜରଦା ପଞ୍ଚାୟତକୁ ଚାଉଳ ନେବା ପାଇଁ […]

bonai

Manoranjan Sial
  • Published: Thursday, 02 July 2020
  • , Updated: 02 July 2020, 04:02 PM IST

ବଣାଇ (ରଞ୍ଜିତ ଚୌଧୁରୀ): ଟ୍ରାକ୍ଟରରେ ପଞ୍ଚାୟତ ସଦର ମହକୁମାକୁ ଚାଉଳ ପାଇଁ ଯାଉଥିଲେ। ହେଲେ ଅଧା ରାସ୍ତାରେ ଟ୍ରାକ୍ଟରଟି ଓଲଟି ପଡ଼ିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜରଦା ପଞ୍ଚାୟତର କେଲ ଗାଁରେ ଘଟିଛି।

କେଲ ଗାଁରୁ ୧୫ରୁ ଊର୍ଦ୍ଧ୍ୱ ଲୋକ ଏକ ଟ୍ରାକ୍ଟରରେ ଜରଦା ପଞ୍ଚାୟତକୁ ଚାଉଳ ନେବା ପାଇଁ ଯାଉଥିଲେ। ଅଧା ରାସ୍ତାରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ସୁଲଚନା ଭୁକ୍ତା, ତପସ୍ୱିନୀ ପୂଜାରୀ ଓ ବେଡା ଭାଗଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧର କରି ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରିଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

Related story