ଚାରୁକଳାରେ ଟ୍ରାଫିକ ସଚେତନତାର ବାର୍ତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାରୁକଳାରେ ଟ୍ରାଫିକ ସଚେତନତା। ଐତିହ୍ୟ, କଳା, ଭସ୍କର୍ଯ୍ୟ ଓ ସଂସ୍କୃତିର ନିଚ୍ଛକ ଚିତ୍ର ସହ ଭିନ୍ନ ଏକ ପ୍ରୟାସ। ସହର ବିଭିନ୍ନ ରାସ୍ତା କଡ଼ରେ ଥିବା କାନ୍ଥରେ ଆଙ୍କାଯାଉଛି ସଚେତନତାର ବାର୍ତ୍ତା। ବାଲେଶ୍ୱର ଜିଲ୍ଲା ସଦର ମହକୁମାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପୁଲିସ ଲାଇନ୍‌ ଛକ, ଟ୍ରାଫିକ୍‌ ଥାନା ଓ ଅନ୍ୟ ସରକାରୀ କାନ୍ଥରେ ଅଙ୍କାଯାଇଛି ଟ୍ରାଫିକ୍ ନିୟମର ବାର୍ତ୍ତା। ଟ୍ରାଫିକ ନିୟମ ଭାଙ୍ଗିଲେ ମୋଟା ଅଙ୍କର ତଣ୍ଡ ଦେବାକୁ ପଡ଼ିବ। ଏଭିଳି […]

bls

Manoranjan Sial
  • Published: Tuesday, 12 November 2019
  • , Updated: 12 November 2019, 06:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାରୁକଳାରେ ଟ୍ରାଫିକ ସଚେତନତା ଐତିହ୍ୟ, କଳା, ଭସ୍କର୍ଯ୍ୟ ଓ ସଂସ୍କୃତିର ନିଚ୍ଛକ ଚିତ୍ର ସହ ଭିନ୍ନ ଏକ ପ୍ରୟାସ ସହର ବିଭିନ୍ନ ରାସ୍ତା କଡ଼ରେ ଥିବା କାନ୍ଥରେ ଙ୍କାଯାଉଛି ସଚେତନତାର ବାର୍ତ୍ତା ବାଲେଶ୍ୱର ଜିଲ୍ଲା ସଦର ମହକୁମାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ

ପୁଲିସ ଲାଇନ୍‌ ଛକ, ଟ୍ରାଫିକ୍‌ ଥାନା ଅନ୍ୟ ସରକାରୀ କାନ୍ଥରେ ଅଙ୍କାଯାଇଛି ଟ୍ରାଫିକ୍ ନିୟମର ବାର୍ତ୍ତା ଟ୍ରାଫି ନିୟମ ଭାଙ୍ଗିଲେ ମୋଟା ଅଙ୍କର ତଣ୍ଡ ଦେବାକୁ ପଡ଼ି ଏଭିଳି କିଛି ଦୃଶ୍ୟକୁ ତୁଳୀରେ ଅଙ୍କିଚାଲିଛନ୍ତି ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ କିଛି ସରକାରୀ ପ୍ରୋତ୍ସାହନରେ ନିଜେ ଶିଖିଥିବା କଳାକୁ କାନ୍ଥରେ ସ୍ଥାନ ଦେବାରେ ଲାଗିପଡିଛନ୍ତି ଏମାନେ ପ୍ରାୟ ୨ଶହରୁ ଅଧିକ ଛାତ୍ରଛାତ୍ରୀ ସହରର ୧୨ଟି ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ଚିତ୍ର ଙ୍କି ସଚେତନତା ବାର୍ତ୍ତା ଦେଇଛନ୍ତି 

ଏହାଛଡ଼ା ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ପୁଲିସ ତରଫରୁ ଦିଯାଉଥିବା ଗୋଲାପ ଫୁଲର ଦୃଶ୍ୟକୁ ମଧ୍ୟ ନିଚ୍ଛକ ଭାବେ କାନ୍ଥରେ ତୋଳିଛନ୍ତି ଶିଳ୍ପୀ। ଏହାସହ କାନ୍ଥରେ ରହିଛି ବାଲେଶ୍ୱର ଜିଲ୍ଲାର ଐତିହ୍ୟ, ମନ୍ଦିର, ନୈବାଣିଜ୍ୟ ଓ ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ମିଜାଇଲ୍‌ ଓ ଟ୍ୟାଙ୍କର ଚିତ୍ର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଏଭଳି କାମକୁ ପ୍ରଶଂସା କରିଛନ୍ତି ବାଲେଶ୍ୱର ଏସ୍‌ପି ଗଙ୍ଗାଧର ରାଉତ।

Related story