ନୂତନ ଟ୍ରାଫିକ୍‌ ନିୟମ ପାଳନ ପାଇଁ ଗଡ଼ିଲା ସଚେତନତା ରଥ

କଟକ(ବିବର୍ତ୍ତନ ପଣ୍ଡା): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। ତେବେ ନୂଆ ଟ୍ରାଫିକ ନିୟମ ପାଳନ ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏନେଇ ଏକ ସଚେତନତା ରଥ ଆଜି କଟକରୁ ବାହାରିଛି। ଟ୍ରାଫିକ୍ ଡିସିପି ସାଗରିକା ନାଥ ସବୁଜ ପତାକା ଦେଖାଇ ଏହି ଗାଡ଼ିର ଶୁଭାରମ୍ଭ କରିଥିଲେ। ଏହି ରଥ କଟକ-ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିବ। ବିଶେଷ କରି ହେଲମେଟ […]

ctc

Jyoshna Pradhan
  • Published: Thursday, 12 September 2019
  • , Updated: 12 September 2019, 01:46 PM IST

କଟକ(ବିବର୍ତ୍ତନ ପଣ୍ଡା): ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। ତେବେ ନୂଆ ଟ୍ରାଫିକ ନିୟମ ପାଳନ ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏନେଇ ଏକ ସଚେତନତା ରଥ ଆଜି କଟକରୁ ବାହାରିଛି। ଟ୍ରାଫିକ୍ ଡିସିପି ସାଗରିକା ନାଥ ସବୁଜ ପତାକା ଦେଖାଇ ଏହି ଗାଡ଼ିର ଶୁଭାରମ୍ଭ କରିଥିଲେ। ଏହି ରଥ କଟକ-ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିବ।

ବିଶେଷ କରି ହେଲମେଟ ପିନ୍ଧି ଗାଡ଼ି ଚଲାଇବା, ଦୁଇ ଚକିଆ ଗାଡ଼ିରେ ଦୁଇ ଜଣରୁ ଅଧିକ ନବସିବା, ଗାଡ଼ି ଚାଳକ ଓ ବସିବା ବ୍ୟକ୍ତି ହେଲମେଟ ପିନ୍ଧିବା,ଗାଡ଼ିରେ ଗଲାବେଳେ ସଠିକ୍ କାଗଜ ପତ୍ର ସାଙ୍ଗରେ ରଖିବା, ମଦ୍ୟପାନ କରି ଗାଡ଼ି ନଚଲାଇବା, ଚାରିଚକିଆ ଯାନରେ ସିଟ୍ ବେଲ୍ଟ ବ୍ୟବହାର କରିବା, ଅଟୋରେ ୩ ଜଣରୁ ଅଧକ ନବସିବା ନେଇ ସଚେତନ କରାଯାଉଛି।

 

Related story