ପରିଣତ ବୟସରେ ନିଃସଙ୍ଗ ସୈନିକ ପୁରୁଷୋତ୍ତମ

ରାଉରକେଲା(ପୱନ ତୀୱାରୀ): ଜୀବନ ତାଙ୍କ ପାଇଁ ନିରାଶାର ବାଲି ଆଉ ସେନେହ ପ୍ରୀତି । ସବୁ ମରୁ ମରୀଚିକା । କାହାଠାରୁ ପାଇବାର କିଛି ବି ଆଶା ନାହିଁ ।  ନିଜ ହାତରେ ସେ ଗଢ଼ୁଛନ୍ତି ନିଜ ବଞ୍ଚିବାର ରାସ୍ତା। ତମାମ୍ କୁଞ୍ଚରେ ଭର୍ତ୍ତି ହୋଇ ଯାଇଛି ମୁହଁ ତାଙ୍କର, କଣ୍ଠ ବି ଥରୁଛି । ହେଲେ ଅଟକି ଯାଇନି ଲଢ଼ୁଆ ପାଦ। ଦେଖିବାକୁ ଖୁବ୍ ସାଧାରଣ, ମଳି ମୁଣ୍ଡିଆ । କିନ୍ତୁ ତାଙ୍କ ଜୀବନ କାହାଣୀ […]

790

790

Tapas Behera
  • Published: Thursday, 10 December 2020
  • Updated: 10 December 2020, 04:08 PM IST

Sports

Latest News

ରାଉରକେଲା(ପୱନ ତୀୱାରୀ): ଜୀବନ ତାଙ୍କ ପାଇଁ ନିରାଶାର ବାଲି ଆଉ ସେନେହ ପ୍ରୀତି । ସବୁ ମରୁ ମରୀଚିକା । କାହାଠାରୁ ପାଇବାର କିଛି ବି ଆଶା ନାହିଁ ।  ନିଜ ହାତରେ ସେ ଗଢ଼ୁଛନ୍ତି ନିଜ ବଞ୍ଚିବାର ରାସ୍ତା। ତମାମ୍ କୁଞ୍ଚରେ ଭର୍ତ୍ତି ହୋଇ ଯାଇଛି ମୁହଁ ତାଙ୍କର, କଣ୍ଠ ବି ଥରୁଛି । ହେଲେ ଅଟକି ଯାଇନି ଲଢ଼ୁଆ ପାଦ। ଦେଖିବାକୁ ଖୁବ୍ ସାଧାରଣ, ମଳି ମୁଣ୍ଡିଆ । କିନ୍ତୁ ତାଙ୍କ ଜୀବନ କାହାଣୀ କହୁଛି ମନ ତଳେ ଏବେ ବି ଲୁଚି ରହିଛି ହିମାଳୟ ଲଙ୍ଘିବାର ଅଦମ୍ୟ ଇଛା। ଇସ୍ପାତ ନଗରୀର କୋଳାହଳରେ ଲୁଚି ଯାଉଥିବା ପରିଣତ ବୟସର ଏହି କ୍ଲାନ୍ତ ମଣିଷ ଜଣଙ୍କ ହେଉଛନ୍ତି ଜଣେ ବୁଲା ପରିବା ବିକାଳି। ନାଁ ତାଙ୍କର ପୁରୁଷୋତ୍ତମ ମହାନ୍ତି। ଘର ଗଞ୍ଜାମରେ।

ମାତ୍ର କୋଡ଼ିଏ ବର୍ଷ ବୟସରେ ରୋଜଗାର ପାଇଁ ଷ୍ଟିଲ୍ ସିଟିକୁ ଚାଲି ଆସିଥିଲେ ପୁରୁଷୋତ୍ତମ। ଏବେ ବୟସ ୮୫ ଛୁଇଁଲାଣି। ଏହାରି ଭିତରେ ପତ୍ନୀ ଆରପାରିକୁ ଚାଲିଗଲେଣି, ଆଉ ପୁଅ ପରିବାର ଦୂରେଇ ଦେଇଛନ୍ତି।

ନିଜ ଜୀବନ ସଂଘର୍ଷରେ ଏକାକୀ ସେନାପତି ସାଜିଛନ୍ତି ପୁରୁଷୋତ୍ତମ। ଆଗରୁ ପରିବା ବୁଲି ବୁକୁଥିଲେ ସେ । ଏବେ ପରିଣତ ବୟସରେ ହାରି ନଯାଇ ଆରମ୍ଭ କରିଛନ୍ତି ଶାଗ ବିକ୍ରି। ଭଳିକି ଭଳି ଶାଗ ଓ ଫୁଲ ଧରି ରାଉରକେଲାର ଗଳି କନ୍ଦିକୁ ଛୁଟି ଯାଉଛନ୍ତି ପୁରୁଷୋତ୍ତମ ଏଇମାତ୍ର ସାଇକେଲ ଖଣ୍ଡିକର ଭରସାରେ।

ଚମ ଧୁଡ୍‌ ଧୁଡ୍‌ ହୋଇଗଲାଣି, ଚାଲିବାକୁ ବି ବଳ ପାଉନି। କଣ୍ଠ ସ୍ୱର ଅସ୍ପଷ୍ଟ ହେଲାଣି । ତଥାପି ଦମ୍ଭ ହରାଇ ନାହାନ୍ତି। ନିଜ ପାଇଁ ନିଜେ ଫି ଦିନ ତିରିଆରି କରୁଛନ୍ତି ବଞ୍ଚିବାର ରାସ୍ତା ଓ ରାହା। ସକାଳ ହେଲେ ପୁରୁଷୋତ୍ତମ ସାଇକେଲରେ ଶାଗ ବ୍ୟାଗ ପକାଇ ଘରୁ ବାହାରି ଆସୁଛନ୍ତି । ଆଉ ସଞ୍ଜ ନଇଁଲେ ବୁଡ଼ିଲେ ବସ୍ତିରେ ଥିବା ଘରକୁ ଫେରୁଛନ୍ତି। ତାଙ୍କ ଫେରିବା ବାଟକୁ କାହାର ବି ଅପେକ୍ଷା ନାହିଁ। କିନ୍ତୁ ସକାଳ ହେବା ମାତ୍ରେ ପୁରୁଷୋତ୍ତମଙ୍କୁ ଅନାଇ ରହୁଛନ୍ତି ଷ୍ଟିଲ ସିଟିର ବିଭିନ୍ନ ଗଳି କନ୍ଦିରେ ଘରୋଇ ଗ୍ରାହକ।

ଦୁଃଖ ସୁଖର ସଂଜ୍ଞାରୁ ଉପରକୁ ଉଠି ଜୀବନକୁ ଖୋଜୁଛନ୍ତି ସେ । ଶେଷ ନିଃଶ୍ୱାସ ଯାଏ ନିଜ ହାତ ଓ ଗୋଡ଼କୁ ଭରସା ରଖି ଏକାକୀ ଲଢୁଛନ୍ତି । ଆଉ ନିଜ ଅଜାଣତରେ ଅନେକଙ୍କ ପାଇଁ ପାଲଟିଛନ୍ତି ଜୀବନ ସଂଘର୍ଷର ଭିନ୍ନ ଜଣେ ପ୍ରେରଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story