ସିନ୍ଦୂର ପୋଛିଦେଲା ଲୌହ ମାନବ, କାନ୍ଧ ଉପରେ ଗର୍ଭବତୀ ଝିଅ 

ଛତ୍ରପୁର(ଆଲୋକ ଗୌଡ଼): ବିଧାତାର ବିଚିତ୍ର ବିଚାର। କାନ୍ଧ ଉପରୁ ଦୁଃଖରୁ ପାହାଡ଼କୁ ଟିକେ ହାଲୁକା ପାଇଁ ଯୋଜନା କରି ଆରମ୍ଭ କରିଥିବା ଯାତ୍ରା ମହାଯାତ୍ରା। ପାଲଟିଗଲା। ସ୍ତ୍ରୀର ସିନ୍ଦୂର ପୋଛି ହୋଇଗଲା। ଆଉ କାନ୍ଧ ଉପରେ ଗର୍ଭବତୀ ଝିଅର ଚିନ୍ତା ଆହୁରୀ ବଢ଼ିଗଲା। କାମ ପାଇଁ ସୁରତ ଯିବା ବାଟରେ ସ୍ୱାମୀ ଟ୍ରେନ୍‌ରେ କଟି ମୃତ୍ୟୁବରଣ କରିବା ଘଟଣା ଗଂଜାମ ଜିଲ୍ଲା ପୋଲସରାରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ ମାଧବପୃଷ୍ଟି ସାହିର ପ୍ରଫୁଲ୍ଲ ସାହୁ। । […]

hbn

hbn

Tapas Behera
  • Published: Tuesday, 20 October 2020
  • Updated: 20 October 2020, 07:38 PM IST

Sports

Latest News

ଛତ୍ରପୁର(ଆଲୋକ ଗୌଡ଼): ବିଧାତାର ବିଚିତ୍ର ବିଚାର। କାନ୍ଧ ଉପରୁ ଦୁଃଖରୁ ପାହାଡ଼କୁ ଟିକେ ହାଲୁକା ପାଇଁ ଯୋଜନା କରି ଆରମ୍ଭ କରିଥିବା ଯାତ୍ରା ମହାଯାତ୍ରା। ପାଲଟିଗଲା। ସ୍ତ୍ରୀର ସିନ୍ଦୂର ପୋଛି ହୋଇଗଲା। ଆଉ କାନ୍ଧ ଉପରେ ଗର୍ଭବତୀ ଝିଅର ଚିନ୍ତା ଆହୁରୀ ବଢ଼ିଗଲା। କାମ ପାଇଁ ସୁରତ ଯିବା ବାଟରେ ସ୍ୱାମୀ ଟ୍ରେନ୍‌ରେ କଟି ମୃତ୍ୟୁବରଣ କରିବା ଘଟଣା ଗଂଜାମ ଜିଲ୍ଲା ପୋଲସରାରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ ମାଧବପୃଷ୍ଟି ସାହିର ପ୍ରଫୁଲ୍ଲ ସାହୁ। ।

ପରିବାର ଏକମାତ୍ର  ରୋଜଗାରିଆ ପୁଅ ହେଉଛନ୍ତି ପ୍ରଫୁଲ୍ଲ। ନିଜ ପରିବାର  ବୋଝ ଓ  ଗର୍ଭବତୀ ଝିଅର ମେଡ଼ିକାଲ ଖର୍ଚ୍ଚର ବୋଝକୁ ଉଠାଇବା ପାଇଁ ସୁରତକୁ ଟ୍ରେନ୍ ଯୋଗେ  ଯାତ୍ରା ଆରମ୍ଭ କରିଥିଲେ । ହେଲେ କିଏ ଜାଣିଥିଲା ପ୍ରଫୁଲ୍ଲଙ୍କ ଏହି ଯାତ୍ରା ଶେଷ ଯାତ୍ରା ବୋଲି । ବାଲୁଗାଁ ରେଲୱେ ଷ୍ଟେସନରେ ଟ୍ରେନ୍ରେ ଚଢୁଥିବା ବେଳେ ଗୋଡ ଖସି ଟ୍ରେନ ଚକାତଳେ ପଡ଼ି ଯାଇଥିଲେ ପ୍ରଫୁଲ୍ଲ  । ଆଉ ଆକସ୍ମିକ ଭାବେ କିଏ କିଛି ବୁଝିବା ଆଗରୁ  ଟ୍ରେନ୍ ଦୁର୍ଘଟଣା ରେ ଗୋଟିଏ ହାତ କଟି  ଯାଇଥିଲା । ଯାହାକୁ ନେଇ  ରେଳବାଇ ପୁଲିସ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ବ୍ରହ୍ମପୁର ମେଡ଼ିକାଲକୁ ନିଆ ଯାଉଥିବା  ବାଟରେ ହିଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିଲା।

ଏଭଳି ସ୍ଥିତିରେ  ବ୍ରହ୍ମପୁର  ମେଡ଼ିକାଲରୁ ପ୍ରଫୁଲ୍ଲଙ୍କ  ଶବ ଗାଁରେ ପହଞ୍ଚି ପରେ କାନ୍ଦ ବୋବାଳିରେ  ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି ।  ଏପରିକି  ୫ ପ୍ରାଣୀ କୁଟୁମ୍ବଙ୍କୁ ନେଇ ପ୍ରଫୁଲ୍ଲ ଘରର ଏକମାତ୍ର ରୋଜଗାରିଆ ହୋଇ ଥିବା ବେଳେ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଦେବାକୁ ସାହିବାସିନ୍ଦା  ଦାବି କରିଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos