ତ୍ରାହି ଅଚ୍ୟୁତ ଆଶ୍ରମ ମାମଲା: ଜବରଦଖଲ ନେଇ ବାଲିଅନ୍ତା ତହସିଲଦାରଙ୍କ ନେତୃତ୍ୱରେ  ମାପଚୁପ

ଭୁବନେଶ୍ୱର: ଜମି ଜବରଦଖଲ ନେଇ ମଙ୍ଗଳବାର ତ୍ରାହି ଅଚ୍ୟୁତ ଆଶ୍ରମରେ ବାଲିଅନ୍ତା ତହସିଲଦାରଙ୍କ ନେତୃତ୍ୱରେ ମାପଚୁପ କରାଯାଉଛି। ଏଥିରେ ୩ଜଣ ଆରଆଇ, ୪ଜଣ ଅମିନ ଓ ଜଣେ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଆଶ୍ରମ ପରିସରରୁ ଜବରଦଖଲ ଉଚ୍ଛେଦ କରାଯିବା ନେଇ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ନୋଟିସ୍ ଜାରି କରାଯାଇଥିଲା। ଜବରଦଖଲ ମାମଲାକୁ ନେଇ ୭ ଦିନ ତଳେ ଆଶ୍ରମ ପକ୍ଷରୁ ଜଣେ ଓକିଲ ତହସିଲଦାରଙ୍କ ନିକଟରେ ହାଜିରା ଦେଇଥିଲେ। ଜବାବ ଦେବା ପାଇଁ ସେ ୭ ଦିନ […]

sura

sura

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 09:23 AM IST

Sports

Latest News

mamolaଭୁବନେଶ୍ୱର: ଜମି ଜବରଦଖଲ ନେଇ ମଙ୍ଗଳବାର ତ୍ରାହି ଅଚ୍ୟୁତ ଆଶ୍ରମରେ ବାଲିଅନ୍ତା ତହସିଲଦାରଙ୍କ ନେତୃତ୍ୱରେ ମାପଚୁପ କରାଯାଉଛି। ଏଥିରେ ୩ଜଣ ଆରଆଇ, ୪ଜଣ ଅମିନ ଓ ଜଣେ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଆଶ୍ରମ ପରିସରରୁ ଜବରଦଖଲ ଉଚ୍ଛେଦ କରାଯିବା ନେଇ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ନୋଟିସ୍ ଜାରି କରାଯାଇଥିଲା।

ଜବରଦଖଲ ମାମଲାକୁ ନେଇ ୭ ଦିନ ତଳେ ଆଶ୍ରମ ପକ୍ଷରୁ ଜଣେ ଓକିଲ ତହସିଲଦାରଙ୍କ ନିକଟରେ ହାଜିରା ଦେଇଥିଲେ। ଜବାବ ଦେବା ପାଇଁ ସେ ୭ ଦିନ ସମୟ ନେଇଥିଲେ। ତେବେ ଗତକାଲି  କୌଣସି ପକ୍ଷ କିମ୍ୱା ସମ୍ପୃକ୍ତ ଓକିଲ ହାଜିର ନ ହେବାରୁ ଏକ୍ସ ପାର୍ଟି ଅର୍ଡର କରାଯାଇଥିଲା। ଏହି ଅର୍ଡର ଅନୁସାରେ ସମ୍ପୃକ୍ତ ଜବରଦଖଲ ଜମିରେ ଥିବା ଘର ଓ ରାସ୍ତାକୁ ଭଙ୍ଗାଯିବ। ୩ଟି ପ୍ଲଟର ୫୦୦ ଡିସିମିଲ ଜାଗାକୁ ଆଶ୍ରମ ପକ୍ଷରୁ ଜବର ଦଖଲ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos