ତ୍ରାହି ଅଚ୍ୟୁତ ଆଶ୍ରମ ମାମଲା: ଜବରଦଖଲ ନେଇ ବାଲିଅନ୍ତା ତହସିଲଦାରଙ୍କ ନେତୃତ୍ୱରେ ମାପଚୁପ
ଭୁବନେଶ୍ୱର: ଜମି ଜବରଦଖଲ ନେଇ ମଙ୍ଗଳବାର ତ୍ରାହି ଅଚ୍ୟୁତ ଆଶ୍ରମରେ ବାଲିଅନ୍ତା ତହସିଲଦାରଙ୍କ ନେତୃତ୍ୱରେ ମାପଚୁପ କରାଯାଉଛି। ଏଥିରେ ୩ଜଣ ଆରଆଇ, ୪ଜଣ ଅମିନ ଓ ଜଣେ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଆଶ୍ରମ ପରିସରରୁ ଜବରଦଖଲ ଉଚ୍ଛେଦ କରାଯିବା ନେଇ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ନୋଟିସ୍ ଜାରି କରାଯାଇଥିଲା। ଜବରଦଖଲ ମାମଲାକୁ ନେଇ ୭ ଦିନ ତଳେ ଆଶ୍ରମ ପକ୍ଷରୁ ଜଣେ ଓକିଲ ତହସିଲଦାରଙ୍କ ନିକଟରେ ହାଜିରା ଦେଇଥିଲେ। ଜବାବ ଦେବା ପାଇଁ ସେ ୭ ଦିନ […]
ଭୁବନେଶ୍ୱର: ଜମି ଜବରଦଖଲ ନେଇ ମଙ୍ଗଳବାର ତ୍ରାହି ଅଚ୍ୟୁତ ଆଶ୍ରମରେ ବାଲିଅନ୍ତା ତହସିଲଦାରଙ୍କ ନେତୃତ୍ୱରେ ମାପଚୁପ କରାଯାଉଛି। ଏଥିରେ ୩ଜଣ ଆରଆଇ, ୪ଜଣ ଅମିନ ଓ ଜଣେ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଆଶ୍ରମ ପରିସରରୁ ଜବରଦଖଲ ଉଚ୍ଛେଦ କରାଯିବା ନେଇ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ନୋଟିସ୍ ଜାରି କରାଯାଇଥିଲା।
ଜବରଦଖଲ ମାମଲାକୁ ନେଇ ୭ ଦିନ ତଳେ ଆଶ୍ରମ ପକ୍ଷରୁ ଜଣେ ଓକିଲ ତହସିଲଦାରଙ୍କ ନିକଟରେ ହାଜିରା ଦେଇଥିଲେ। ଜବାବ ଦେବା ପାଇଁ ସେ ୭ ଦିନ ସମୟ ନେଇଥିଲେ। ତେବେ ଗତକାଲି କୌଣସି ପକ୍ଷ କିମ୍ୱା ସମ୍ପୃକ୍ତ ଓକିଲ ହାଜିର ନ ହେବାରୁ ଏକ୍ସ ପାର୍ଟି ଅର୍ଡର କରାଯାଇଥିଲା। ଏହି ଅର୍ଡର ଅନୁସାରେ ସମ୍ପୃକ୍ତ ଜବରଦଖଲ ଜମିରେ ଥିବା ଘର ଓ ରାସ୍ତାକୁ ଭଙ୍ଗାଯିବ। ୩ଟି ପ୍ଲଟର ୫୦୦ ଡିସିମିଲ ଜାଗାକୁ ଆଶ୍ରମ ପକ୍ଷରୁ ଜବର ଦଖଲ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା।