ରାଉରକେଲା (ଓଡ଼ିଶା ରିପୋର୍ଟର): ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ରେଳ ଷ୍ଟେସନ ନିକଟରେ। ଆଜି ଷ୍ଟେସନରୁ ୪ କିଲୋମିଟର ଦୂର ବିରଜାପାଲି STI ଲେଭଲ କ୍ରସିଂ ନିକଟରେ ଏକ କୋଇଲା ବୋଝେଇ ମାଲଗାଡି ଇଞ୍ଜିନର ୧୦ଟି ବଗି ଅନ୍ୟ ବଗିଗୁଡିକଠାରୁ ଅଲଗା ହୋଇ ଚାଲି ଯାଇଥିଲା। ବାକି ୧୮ଟି ବଗି ରେଳ ଧାରଣାରେ ରହି ଯାଇଥିଲା। ପ୍ରାୟ ୧ କିଲୋମିଟର ଗଲା ପରେ ମାଲଗାଡିର ଡ୍ରାଇଭର ଏହା ଜାଣିପାରି ଟ୍ରେନକୁ ଅଟକାଇଥିଲେ। ପରେ ଅନ୍ୟ କର୍ମଚାରୀଙ୍କ ସହାୟତାରେ ବଗିକୁ ଲିଙ୍କ କରାଯାଇଥିଲା। କଫଲିଙ୍କ ଖୋଲିଯିବା କାରଣରୁ ଏପରି ହୋଇଥିବା ରେଲଓ୍ୱ ପକ୍ଷରୁ କୁହାଯାଇଛି। ଏଥିଯୋଗୁଁ ଏହି ଟ୍ରାକ୍ରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।