୫ଟି ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ନିକଟ ଘଣ୍ଟିଖାଲ ନିଧପୁର ଷ୍ଟେସନ ପାଖରେ ଆଜି ଏକ ମାଲବାହୀ ଟ୍ରେନ୍‌ରୁ ୫ଟି ବଗି ଛିଡ଼ି ଅଲଗା ହୋଇଯାଇଥିଲା। ୫ଟି ବଗିକୁ ଛାଡ଼ି ଟ୍ରେନ୍‌ଟି ବେଶ୍‌ କିଛି ଦୂର ପଳାଇଥିଲା। ତେବେ ଏହା ପୁରୁଣା କଟକ-ସମ୍ବଲପୁର ଲାଇନ୍‌ର ନିଧିପୁର ଲେବଲ୍‌ କ୍ରସିଂ ଠାରେ ଅଟକି ଥିଲା। ଏଥିଯୋଗୁ ପ୍ରାୟ ଘଣ୍ଟାଏ ଧରି ନିଧିପୁର ଲେବଲ୍‌ କ୍ରସିଂର ଉଭୟ ପଟ ରାସ୍ତାରେ ଶହଶହ ଗାଡ଼ିମଟର ଅଟକି ରହିଥିଲା। ଷ୍ଟେସନ କର୍ତ୍ତୃପକ୍ଷଙ୍କ […]

train

Jyoshna Pradhan
  • Published: Monday, 28 October 2019
  • , Updated: 28 October 2019, 02:48 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ନିକଟ ଘଣ୍ଟିଖାଲ ନିଧପୁର ଷ୍ଟେସନ ପାଖରେ ଆଜି ଏକ ମାଲବାହୀ ଟ୍ରେନ୍‌ରୁ ୫ଟି ବଗି ଛିଡ଼ି ଅଲଗା ହୋଇଯାଇଥିଲା। ୫ଟି ବଗିକୁ ଛାଡ଼ି ଟ୍ରେନ୍‌ଟି ବେଶ୍‌ କିଛି ଦୂର ପଳାଇଥିଲା। ତେବେ ଏହା ପୁରୁଣା କଟକ-ସମ୍ବଲପୁର ଲାଇନ୍‌ର ନିଧିପୁର ଲେବଲ୍‌ କ୍ରସିଂ ଠାରେ ଅଟକି ଥିଲା। ଏଥିଯୋଗୁ ପ୍ରାୟ ଘଣ୍ଟାଏ ଧରି ନିଧିପୁର ଲେବଲ୍‌ କ୍ରସିଂର ଉଭୟ ପଟ ରାସ୍ତାରେ ଶହଶହ ଗାଡ଼ିମଟର ଅଟକି ରହିଥିଲା। ଷ୍ଟେସନ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ରେଳବାଇ ଅଧିକାରୀ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଟ୍ରେନ୍‌ଟି ପୁଣି ଥରେ  ନିଧିପୁର ଷ୍ଟେସନକୁ ଫେରିଥିଲା।  ଅଲଗା ହୋଇଥିବା ବଗିର ଲକ୍‌ ଓ ପାଇପକୁ ଲଗାଇବା ପରେ ଟ୍ରେନଟି ପୁଣି ଯାତ୍ରା କରିଥିଲା।   

Related story