ପୁସିଂ ବ୍ରିଜ୍‌ ଦାବିରେ ବିଚ୍ଛିନ୍ନାଞ୍ଚଳ ସଂଘ ପକ୍ଷରୁ ମାଛକୁଣ୍ଡ ଷ୍ଟେସନରେ ରେଳରୋକ

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ଓ ନନ୍ଦପୁର ଦେଇ ବିଶାଖାପାଟଣା-କେରଣ୍ଡଲ ରେଳପଥର ଦ୍ୱିତୀୟ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ରେଳ ଲାଇନ ଯୋଗୁଁ ଲମତାପୁଟ ଓ ନନ୍ଦପୁର ବ୍ଲକର ୨୨ଟି ଗାଁ ପ୍ରଭାବିତ ହେଉଥିବା ଅଭିଯୋଗ କରି ଆଜି ବିଚ୍ଛିନ୍ନାଞ୍ଚଳ ଆଞ୍ଚଳିକ ସଂଘ ପକ୍ଷରୁ ମାଛକୁଣ୍ଡ ଷ୍ଟେସନ୍‌ରେ ରେଳରୋକ୍‌ କରାଯାଇଛି। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଏହି ରେଳପଥର କୌଣସି ସ୍ଥାନରେ ବ୍ରିଜ୍‌ କିମ୍ବା ଲେଭଲ କ୍ରସିଂ ନାହିଁ। ଫଳରେ ସ୍ଥାନୀୟ ଲୋକଙ୍କୁ ସମସ୍ୟାର […]

lamataput

Rakesh Mallick
  • Published: Saturday, 25 February 2017
  • , Updated: 25 February 2017, 12:45 PM IST

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ଓ ନନ୍ଦପୁର ଦେଇ ବିଶାଖାପାଟଣା-କେରଣ୍ଡଲ ରେଳପଥର ଦ୍ୱିତୀୟ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ରେଳ ଲାଇନ ଯୋଗୁଁ ଲମତାପୁଟ ଓ ନନ୍ଦପୁର ବ୍ଲକର ୨୨ଟି ଗାଁ ପ୍ରଭାବିତ ହେଉଥିବା ଅଭିଯୋଗ କରି ଆଜି ବିଚ୍ଛିନ୍ନାଞ୍ଚଳ ଆଞ୍ଚଳିକ ସଂଘ ପକ୍ଷରୁ ମାଛକୁଣ୍ଡ ଷ୍ଟେସନ୍‌ରେ ରେଳରୋକ୍‌ କରାଯାଇଛି।

ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଏହି ରେଳପଥର କୌଣସି ସ୍ଥାନରେ ବ୍ରିଜ୍‌ କିମ୍ବା ଲେଭଲ କ୍ରସିଂ ନାହିଁ। ଫଳରେ ସ୍ଥାନୀୟ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏନେଇ ରେଳ ବିଭାଗଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ପୁସିଂ ବ୍ରିଜ୍‌ ନିର୍ମାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ କିଛି ଲାଭ ହେଉନାହିଁ।

Related story