ଟ୍ରେନରୁ ଖସି ପୂର୍ବତନ ମନ୍ତ୍ରୀ ଲଳିତ ମୋହନ ଗାନ୍ଧୀଙ୍କ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢୁଥିଲା ବେଳେ ଆଜି ସକାଳେ ଖସି ପଡି ପୂର୍ବତନ ମନ୍ତ୍ରୀ ଲଳିତ ମୋହନ ଗାନ୍ଧୀଙ୍କର ମୃତ୍ୟୁ ଘଟିଛି। ପଡିଯିବା ପରେ ତାଙ୍କର ଗୋଟିଏ ଗୋଡ଼ରେ ଟ୍ରେନ୍‌ ଚଢିଯିବାରୁ ତାହା କଟି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ପୁରୀ- ଦୁର୍ଗ ଇଣ୍ଟରସିଟି ଟ୍ରେନ ଖରିଆର ରୋଡ୍‌ ଷ୍ଟେସନରେ […]

nuapada

Rakesh Mallick
  • Published: Tuesday, 06 December 2016
  • , Updated: 06 December 2016, 01:18 PM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢୁଥିଲା ବେଳେ ଆଜି ସକାଳେ ଖସି ପଡି ପୂର୍ବତନ ମନ୍ତ୍ରୀ ଲଳିତ ମୋହନ ଗାନ୍ଧୀଙ୍କର ମୃତ୍ୟୁ ଘଟିଛି। ପଡିଯିବା ପରେ ତାଙ୍କର ଗୋଟିଏ ଗୋଡ଼ରେ ଟ୍ରେନ୍‌ ଚଢିଯିବାରୁ ତାହା କଟି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଆଜି ସକାଳେ ପୁରୀ- ଦୁର୍ଗ ଇଣ୍ଟରସିଟି ଟ୍ରେନ ଖରିଆର ରୋଡ୍‌ ଷ୍ଟେସନରେ ରହିବା ପରେ ତଳକୁ ଓହ୍ଲାଇ ଥିଲେ। ପରେ ସେ ଟ୍ରେନ୍‌ରେ ଚଢୁଥିବା ବେଳେ ଖସି ପଡିଥିଲେ।

Related story