ଅଢ଼େଇ ମାସ ପରେ ଆଜିଠୁ ଗଡ଼ିଲା ଟ୍ରେନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ଦୀର୍ଘ ଅଢ଼େଇ ମାସ ପରେ ଆଜିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରୁଛି। ଆଜି ଭୋର୍ ୫ଟା ୧୦ରୁ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଏକ ସ୍ପେଶାଲ ଟ୍ରେନ୍। ଷ୍ଟେଶନ ଛାଡ଼ିବା ପୂର୍ବରୁ ଏହି ଟ୍ରେନ୍‌କୁ ସାନିଟାଇଜ କରାଯାଇଥିବା ବେଳେ ଏଥିରେ ସାମାଜିକ ଦୂରତା ଓ ସ୍ୱଚ୍ଛତା ଅବଲମ୍ବନକୁ ଗୁରୁତ୍ୱ ଦିଆଯାଇଛି। ଏହାବ୍ୟତୀତ ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା […]

train-2

Niharika Rout
  • Published: Monday, 08 June 2020
  • , Updated: 08 June 2020, 08:08 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ଦୀର୍ଘ ଅଢ଼େଇ ମାସ ପରେ ଆଜିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରୁଛି। ଆଜି ଭୋର୍ ୫ଟା ୧୦ରୁ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଏକ ସ୍ପେଶାଲ ଟ୍ରେନ୍। ଷ୍ଟେଶନ ଛାଡ଼ିବା ପୂର୍ବରୁ ଏହି ଟ୍ରେନ୍‌କୁ ସାନିଟାଇଜ କରାଯାଇଥିବା ବେଳେ ଏଥିରେ ସାମାଜିକ ଦୂରତା ଓ ସ୍ୱଚ୍ଛତା ଅବଲମ୍ବନକୁ ଗୁରୁତ୍ୱ ଦିଆଯାଇଛି।

ଏହାବ୍ୟତୀତ ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ।

ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍‌ଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ ୫ ଦିନ ଯିବା ଆସିବା କରିବ।

ସ୍ପେଶାଲ ଟ୍ରେନ ପାଇଁ ଟିକେଟ୍ ରିଜର୍ଭେସନ କାଉଣ୍ଟର ଓ IRCTC ୱେବସାଇଟରୁ ମିଳିବ । କେବଳ କନ୍‌ଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ରେଲେଓ୍ୱ ପକ୍ଷରୁ ସୂଚନା ମିଳିଛି।

Related story