ଇଞ୍ଜିନ ଛାଡ଼ି ୧୫ କିମି ଗଡ଼ିଗଲା ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌

ଟିଟିଲାଗଡ଼ (ଓଡ଼ିଶା ରିପୋର୍ଟର): ଇଞ୍ଜିନ ଛାଡ଼ି ୧୫ କିଲୋମିଟର ଗଡ଼ିଗଲା ଟ୍ରେନ୍‌। ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରେ ଘଟିଛି। ଟ୍ରେନ୍‌ଟିକୁ କେସିଙ୍ଗାଠାରେ ଅଟକି ଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟରେ ଟିଟିଲାଗଡ଼ ଷ୍ଟେସନ୍‌ରେ ପହଞ୍ଚି ଥିଲା। ପରେ ଏଠାରେ ଇଞ୍ଜିନ ବଦଳା ଯାଉଥିଲା। ଅସାବଧାନତା ଯୋଗୁଁ ହଠାତ ବଗି ଗୁଡ଼ିକ ଗଡ଼ି ଯାଇଥିଲା। ପାଖାପାଖି ୧୫ କିଲୋମିଟର ଗଡ଼ି ଯାଇଥିଲା। ଏହି ସମୟରେ […]

train running in titlagardh

Rakesh Mallick
  • Published: Saturday, 07 April 2018
  • , Updated: 08 April 2018, 12:04 AM IST

ଟିଟିଲାଗଡ଼ (ଓଡ଼ିଶା ରିପୋର୍ଟର): ଇଞ୍ଜିନ ଛାଡ଼ି ୧୫ କିଲୋମିଟର ଗଡ଼ିଗଲା ଟ୍ରେନ୍‌। ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରେ ଘଟିଛି। ଟ୍ରେନ୍‌ଟିକୁ କେସିଙ୍ଗାଠାରେ ଅଟକି ଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟରେ ଟିଟିଲାଗଡ଼ ଷ୍ଟେସନ୍‌ରେ ପହଞ୍ଚି ଥିଲା। ପରେ ଏଠାରେ ଇଞ୍ଜିନ ବଦଳା ଯାଉଥିଲା। ଅସାବଧାନତା ଯୋଗୁଁ ହଠାତ ବଗି ଗୁଡ଼ିକ ଗଡ଼ି ଯାଇଥିଲା। ପାଖାପାଖି ୧୫ କିଲୋମିଟର ଗଡ଼ି ଯାଇଥିଲା। ଏହି ସମୟରେ ବଗିରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କିଛି ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ଶେଷରେ କେସିଙ୍ଗାଠାରେ ବଗି ଗୁଡ଼ିକୁ ଅଟକା ଯାଇଥିଲା।

Related story