ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଚାଲିଲା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଚାଲିଲା ସ୍ୱତନ୍ତ୍ର ଟ୍ରେନ୍ । ଆଜି ସକାଳ ୧୦ଟା ବେଳେ ଏହି ଟ୍ରେନ୍ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଛି । ଭୁବନେଶ୍ୱରରୁ ଟ୍ରେନ ଯିବା ପୂର୍ବରୁ ଏନେଇ ଷ୍ଟେସନ୍ ପରିସରରେ ସୁରକ୍ଷା ବ୍ୟବସ୍ଥା ସହ ସାନିଟାଇଜେସନ୍ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରିବା ସହ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ଯାତ୍ରୀମାନେ ଚଢ଼ିବା ପୂର୍ବରୁ ଟ୍ରେନ୍‌କୁ ବି ବିଶୋଧନ କରାଯାଇଛି । ଆଜି ୫୪୫ […]

train-1--1

Niharika Rout
  • Published: Wednesday, 13 May 2020
  • , Updated: 13 May 2020, 12:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଚାଲିଲା ସ୍ୱତନ୍ତ୍ର ଟ୍ରେନ୍ । ଆଜି ସକାଳ ୧୦ଟା ବେଳେ ଏହି ଟ୍ରେନ୍ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିଛି । ଭୁବନେଶ୍ୱରରୁ ଟ୍ରେନ ଯିବା ପୂର୍ବରୁ ଏନେଇ ଷ୍ଟେସନ୍ ପରିସରରେ ସୁରକ୍ଷା ବ୍ୟବସ୍ଥା ସହ ସାନିଟାଇଜେସନ୍ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରିବା ସହ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ଯାତ୍ରୀମାନେ ଚଢ଼ିବା ପୂର୍ବରୁ ଟ୍ରେନ୍‌କୁ ବି ବିଶୋଧନ କରାଯାଇଛି । ଆଜି ୫୪୫ ଜଣ ଯାତ୍ରୀ ଏହି ସ୍ୱତନ୍ତ୍ର ଟ୍ରେନ୍‌ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।

ଆସନ୍ତା କାଲି ୧୦ଟା ୪୫ରେ ଏହି ସ୍ୱତନ୍ତ୍ର ଟ୍ରେନ୍ ନୂଆଦିଲ୍ଲୀରେ ପହଞ୍ଚିବ । ସେହିପରି ଆସନ୍ତା କାଲି ସନ୍ଧ୍ୟା ୫ଟା ୫ରେ ନୂଆଦିଲ୍ଲୀ ଛାଡ଼ି ପରଦିନ ସନ୍ଧ୍ୟା ୫ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚିବ ଟ୍ରେନ୍‌।

ଦେଶରେ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲୁଛି । ଏଥିଲାଗି ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ସେହି ଅନୁସାରେ କେବଳ କନଫର୍ମ ଇ-ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳିବ ।

Related story