ଆଜିଠୁ ଦିଲ୍ଲୀରୁ ଭୁବନେଶ୍ୱର ଗଡ଼ିବ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିବ ଟ୍ରେନ୍। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ । ଏଥିଲାଗି ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ଏହି ନିର୍ଦ୍ଦେଶ ଅନୁଯାୟୀ, କେବଳ କନଫର୍ମ ଇ-ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳିବ । ସ୍ୱାସ୍ଥ୍ୟ ଯାଞ୍ଚ ପରେ କରୋନା ଲକ୍ଷଣ ନଥିବା ଲୋକଙ୍କୁ ବଗିରେ ପ୍ରବେଶ ଅନୁମତି ଦିଆଯିବ […]

train-1--1

Niharika Rout
  • Published: Tuesday, 12 May 2020
  • , Updated: 12 May 2020, 08:44 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିବ ଟ୍ରେନ୍। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ । ଏଥିଲାଗି ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ ।

ଏହି ନିର୍ଦ୍ଦେଶ ଅନୁଯାୟୀ, କେବଳ କନଫର୍ମ ଇ-ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳିବ । ସ୍ୱାସ୍ଥ୍ୟ ଯାଞ୍ଚ ପରେ କରୋନା ଲକ୍ଷଣ ନଥିବା ଲୋକଙ୍କୁ ବଗିରେ ପ୍ରବେଶ ଅନୁମତି ଦିଆଯିବ । ବଗିର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାତ୍ରୀଙ୍କୁ ସାନିଟାଇଜର ଦିଆଯିବ । ପୁରା ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ଆଜି ଚାଲିବାକୁ ଥିବା ଟ୍ରେନ ପାଇଁ ଗତକାଲିଠୁ ଅନ୍‌ଲାଇନ୍‌ରେ ବୁକିଂ ହୋଇଥିଲା । ତେବେ ଭୁବନେଶ୍ୱର-ଦିଲ୍ଲୀ ଟ୍ରେନ୍‌ ଟିକେଟ ଘଣ୍ଟାଏରୁ କମ୍‌ ସମୟରେ ସରିଯାଇଥିବା ନେଇ ରେଲେୱେ ପକ୍ଷରୁ ସୂଚନା ଦିଆଯାଇଛି । ଏହାବ୍ୟତୀତ ୧୪ ତାରିଖ ପାଇଁ ମଧ୍ୟ ୯୦ ପ୍ରତିଶତ ଟିକେଟ ବିକ୍ରି ସରିଛି ।  ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଏସି ଟିକେଟ ଆଉ ନଥିବା ପୂର୍ବତଟ ରେଲେୱେ ସୂଚନା ଦେଇଛି ।

ସୂଚନାଯୋଗ୍ୟ, କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ମାର୍ଚ୍ଚ ମାସରୁ ସମଗ୍ର ଦେଶରେ ଟ୍ରେନ୍‌ ବାତିଲ କରି ଦିଆଯାଇଥିଲା।

Related story