ବରିଷ୍ଠ ପୁଲିସ ଅଫିସରସ୍ତରରେ ବଦଳି; କିଏ କେଉଁଠିକି ଗଲେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ୍‌ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କ୍ରାଇମବ୍ରାଂଚ ଆଇଜି ତଥା ୧୯୯୯ ବ୍ୟାଚ୍ ଆଇପିଏସ୍ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି। ସେହିପରି କମ୍ପ୍ୟୁଟର ଏସପି ୨୦୦୨ ବ୍ୟାଚ୍ ଗଜଭିୟେ ଏସକେ ଈଶ୍ୱରଦାସଙ୍କୁ ଅର୍ବାନ ପୁଲିସ୍ ଆଣ୍ଡ ଟ୍ରାଫିକ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର ପ୍ରିନ୍ସିପାଲ, କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଏସପି ତଥା ଓପିଏସ୍ ମନୋଜ କୁମାର ମହାନ୍ତଙ୍କୁ ଦେବଗଡ଼ ଏସପି(ଇନଚାର୍ଜ) […]

ips

ips

Manoranjan Sial
  • Published: Friday, 14 August 2020
  • Updated: 14 August 2020, 08:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ୍‌ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କ୍ରାଇମବ୍ରାଂଚ ଆଇଜି ତଥା ୧୯୯୯ ବ୍ୟାଚ୍ ଆଇପିଏସ୍ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଆଇଜି ଭାବେ ବଦଳି କରାଯାଇଛି।

ସେହିପରି କମ୍ପ୍ୟୁଟର ଏସପି ୨୦୦୨ ବ୍ୟାଚ୍ ଗଜଭିୟେ ଏସକେ ଈଶ୍ୱରଦାସଙ୍କୁ ଅର୍ବାନ ପୁଲିସ୍ ଆଣ୍ଡ ଟ୍ରାଫିକ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର ପ୍ରିନ୍ସିପାଲ, କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଏସପି ତଥା ଓପିଏସ୍ ମନୋଜ କୁମାର ମହାନ୍ତଙ୍କୁ ଦେବଗଡ଼ ଏସପି(ଇନଚାର୍ଜ) ଭାବେ ବଦଳି କରାଯାଇଛି। ସେହିପରି ଭୁବନେଶ୍ୱରସ୍ଥିତ ଅର୍ବାନ ପୁଲିସ୍ ଆଣ୍ଡ ଟ୍ରାଫିକ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର ପ୍ରିନ୍ସିପାଲ ଥିବା ଓଏପିଏସ୍ ବିଜୟ କୁମାର ସାହୁଙ୍କୁ ସପ୍ତମ ବାଟାଲିୟନର କମାଣ୍ଡାଣ୍ଟ ଭାବେ ବଦଳି କରାଯାଇଛି।

ଅନ୍ୟପକ୍ଷରେ ଗତ ଜୁଲାଇ ୧୪ତାରିଖରେ ଦେବଗଡ଼ ଏସପି ଭାବେ ବଦଳି ହୋଇଥିବା ଓପିଏସ୍ ଏସସି ଜମାଦାରଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇ ପୁଲିସ ମୁଖ୍ୟାଳୟର ଅତିରିକ୍ତ ଆଇଜି ଭାବେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos