Advertisment

ଏଠି ଗୁଣିଆ କରୁଛି କାମୁଡ଼ା ଚିକିତ୍ସା

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ଆଦିବାସୀ ସମାଜ। ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ରୋଗ ଭଲ ହେବା ପାଇଁ ଏଠାରେ ଲୋକମାନେ ଅନ୍ଧବିଶ୍ୱାସକୁ ଆପଣାଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାର ମାଗଣା ଚିକିତ୍ସା ବ୍ୟବସ୍ଥା ସହ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ପାରୁନି।  ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି ସତ୍ତ୍ୱେ ଉପଯୁକ୍ତ ଚିକିତ୍ସା ଅଭାବରୁ ଅକାଳରେ ବହୁ ଜୀବନ ଚାଲି ଯାଉଛି। ଏହା ସତ୍ତ୍ୱେ ଚେତୁ ନାହାନ୍ତି ଏହି ସମ୍ପ୍ରଦାୟ ଲୋକେ। […]

ଅଦ୍ୟତନ ହୋଇଛି
ଏଠି ଗୁଣିଆ କରୁଛି କାମୁଡ଼ା ଚିକିତ୍ସା

gunia

Advertisment

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ଆଦିବାସୀ ସମାଜ। ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ରୋଗ ଭଲ ହେବା ପାଇଁ ଏଠାରେ ଲୋକମାନେ ଅନ୍ଧବିଶ୍ୱାସକୁ ଆପଣାଉଛନ୍ତି।

Advertisment

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାର ମାଗଣା ଚିକିତ୍ସା ବ୍ୟବସ୍ଥା ସହ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ପାରୁନି।  ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି ସତ୍ତ୍ୱେ ଉପଯୁକ୍ତ ଚିକିତ୍ସା ଅଭାବରୁ ଅକାଳରେ ବହୁ ଜୀବନ ଚାଲି ଯାଉଛି। ଏହା ସତ୍ତ୍ୱେ ଚେତୁ ନାହାନ୍ତି ଏହି ସମ୍ପ୍ରଦାୟ ଲୋକେ। କେତେବେଳେ ଚେଙ୍କ ଚିକିତ୍ସାକୁ ଆପଣାଉଛନ୍ତି ତ କେତେବେଳେ କାମୁଡ଼ା କାମୁଡ଼ି ଚିକିତ୍ସା।

ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଜଣେ ଗୁଣିଆ ଏହି କାମୁଡ଼ା ଚିକିତ୍ସା କରୁଛନ୍ତି। ନିକଟରେ ସେ ଜଣେ ମହିଳାଙ୍କ ଦେହ ସାରା କାମୁଡ଼ି ଚିକିତ୍ସା କରୁଥିବାର ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ପ୍ରଘଟ ହୋଇଛି।

Advertisment

ସୂଚନା ଅନୁଯାୟୀ, ଉର୍ମାଗୁଡାର ଦୁଲେ ବେଟୀ ନାମ୍ନୀ ଜଣେ ମହିଳା  ତିନି ଦିନ ହେବ ଜ୍ୱରରେ ଆକ୍ରାନ୍ତ ଥିଲେ । ଭୀଷଣ ଜ୍ୱର ସାଙ୍ଗକୁ ତାଙ୍କର ହାତଗୋଡ ବ୍ୟଥା ହେଉଥିଲା। ଏଭଳି ସ୍ଥିତିରେ ଡାକ୍ତରଖାନା ଯିବା ପରିବର୍ତ୍ତେ ସେ ଚିକିତ୍ସା ପାଇଁ ଜଣେ ସ୍ଥାନୀୟ ଗୁଣିଆ ନିକଟକୁ ଯାଇଥିଲେ। ସେ ତାଙ୍କୁ ଝଡ଼ାଫୁଙ୍କା କରିବା ସହ କାମୁଡ଼ି କାମୁଡ଼ି ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା।

ଏହା ଯନ୍ତ୍ରଣାଦାୟକ ହୋଇଥିଲେ ବି ସହ୍ୟ କରି ଯାଉଥିଲେ ମହିଳା। କାରଣ ତାଙ୍କ ଭରସା ଥିଲା ଏପରି ଚିକିତ୍ସା ଦ୍ୱାରା ଜ୍ୱର ଭଲ ହୋଇଯିବ ।  ଏହା ଜିଲ୍ଲାର ପ୍ରଥମ ଘଟଣା ନୁହେଁ। ଏପରି ଘଟଣା କେଉଁ କାଳରୁ ପ୍ରଚଳିତ ହୋଇ ଆସୁଥିବା ବେଳେ ଏବେ ଏକ ଭିଡିଓ ଭାଇରାଲ ହେବା ପରେ କଥା ଲୋକଲୋଚନକୁ ଆସିଛି।

ଗୁଣିଆ ଜଣକ ଗୋଟିଏ ହାତରେ ମୟୂରପୁଚ୍ଛ ଏବଂ ଅନ୍ୟ ହାତରେ ଚାଉଳ ଧରି ଝଡ଼ାଫୁଙ୍କା କରିବା ଓ ମଝିରେ ମଝିରେ କାମୁଡ଼ାକାମୁଡ଼ି କରୁଥିବା ଦେଖାଯାଇଥିଲା। ଏଭଳି ଚିକିତ୍ସା ଗାଁରେ ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଲୋକେ ଚିକିତ୍ସା ପାଇଁ ଏହି ଗୁଣିଆ ଉପରେ ନିର୍ଭର କରୁଥିବା ସୂଚନା ମିଳିଛି। ହେଲେ ଏହି କାମୁଡ଼ା କାମୁଡ଼ି ଚିକିତ୍ସା କେତେ ମାତ୍ରାରେ ଫଳଫ୍ରଦ ହେଉଛି ତାହା ଜଣା ପଡ଼ି ନାହିଁ।

ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ଏପରି ମାନସିକତାରେ ପରିବର୍ତ୍ତନ ଆଣିବାକୁ ସରକାରୀ ସ୍ତରରେ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ବି ତାହା କାହିଁକି ଫଳପ୍ରଦ ହେଉ ନାହିଁ ତାହା ଏବେ ଉଦ୍‌ବେଗଜନକ ବିଷୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe