ସାଥି ବନ୍ଦୀର ଫାଶି ଦଣ୍ଡାଦେଶ ଶୁଣି ଆଖି ବୁଜିଲେ ବିଚାରାଧୀନ କଏଦୀ

କେନ୍ଦୁଝର(ପ୍ରଣୟ ପାଣି): ସାଥୀ ବନ୍ଦୀର ମୃତ୍ୟୁ ଦଣ୍ଡାଦେଶ ଶୁଣି ବିଚାରାଧୀନ କଏଦୀର ହୃଦଘାତରେ ମୃତ୍ୟୁ ଘଟିଛି।  ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜେଲ୍‌ରେ । ମୃତକ ହେଲେ ତୁରୀ ମୁଣ୍ଡା । ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତୁରୀ ଜେଲ୍‌ରେ  ଥିଲେ । ଆଜ  ସକାଳୁ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତକାଲି କେନ୍ଦୁଝର ଜେଲ୍‌ରେ ବନ୍ଦୀ ଥିବା ସୁନିଲ ନାଏକକୁ ନାବାଳିକା ଦୁଷ୍କର୍ମ ମାମଲାରେ  ଫାଶି ଦଣ୍ଡାଦେଶ ମିଳିଥିଲା । ସୁନିଲ […]

death

Niharika Rout
  • Published: Friday, 20 December 2019
  • , Updated: 20 December 2019, 02:15 PM IST

କେନ୍ଦୁଝର(ପ୍ରଣୟ ପାଣି): ସାଥୀ ବନ୍ଦୀର ମୃତ୍ୟୁ ଦଣ୍ଡାଦେଶ ଶୁଣି ବିଚାରାଧୀନ କଏଦୀର ହୃଦଘାତରେ ମୃତ୍ୟୁ ଘଟିଛି।  ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜେଲ୍‌ରେ । ମୃତକ ହେଲେ ତୁରୀ ମୁଣ୍ଡା ।

ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତୁରୀ ଜେଲ୍‌ରେ  ଥିଲେ । ଆଜ  ସକାଳୁ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତକାଲି କେନ୍ଦୁଝର ଜେଲ୍‌ରେ ବନ୍ଦୀ ଥିବା ସୁନିଲ ନାଏକକୁ ନାବାଳିକା ଦୁଷ୍କର୍ମ ମାମଲାରେ  ଫାଶି ଦଣ୍ଡାଦେଶ ମିଳିଥିଲା । ସୁନିଲ ଭଳି ତାଙ୍କୁ ବି ଫାଶି ହୋଇଯିବ ବୋଲି ଭାବି ତୁରୀଙ୍କ ମୃତ୍ୟୁ ହୋଇଥିବା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ଅଧିକ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଜେଲ୍ ଅଧୀକ୍ଷକ। ତୁରୀଙ୍କ ପରିବାର ଲୋକେ  ପହଞ୍ଚି ନ ଥିବାରୁ ସେମାନଙ୍କ  ପ୍ରତିକ୍ରିୟା ମିଳିପାରି ନାହିଁ।

Related story