ଲାଲ୍‌ ବାହିନୀକୁ ଶକ୍ତ ଧକ୍କା, ବିକାଶ ସପକ୍ଷରେ ଆଦିବାସୀଙ୍କ ମହାମେଳି

ମାଲକାନଗିରି (ଜିତେନ୍ଦ୍ର ବେଉରା): ଲାଲଗଡ଼ କୁହାଯାଉଥିବା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ ନାଲି ଆଖିକୁ ଖାତିର ନକରି ପ୍ରଥମଥର ଆଦିବାସୀମାନେ ମେଳି କରିଛନ୍ତି। ଏ ମେଳି ନକ୍ସଲଙ୍କ ବିରୋଧରେ ନୁହେଁ, ବରଂ ନିଜର ଅଧିକାର ଓ ନିଜ ଅଞ୍ଚଳର ଉନ୍ନତି ପାଇଁ। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲିବ ଏବଂ ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ଅଫିସ୍‌ ଓ ରାଜଧାନୀ ଭୁବନେଶ୍ୱର ଯିବାକୁ ରଣ ହୁଙ୍କାର ଦେଇଛନ୍ତି ଆଦିବାସୀ। ନାକାମାମୁଡ଼ି ଏକ ପଞ୍ଚାୟତ। ଏହାର ଅଧୀନରେ […]

tribal-people-in-naxal-hit-area-in-Malkangiri-unite-and-demand-easy-access-to-govt-subsidies-and-assistance1

Manoranjan Sial
  • Published: Saturday, 29 June 2019
  • , Updated: 29 June 2019, 04:38 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ଲାଲଗଡ଼ କୁହାଯାଉଥିବା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ ନାଲି ଆଖିକୁ ଖାତିର ନକରି ପ୍ରଥମଥର ଆଦିବାସୀମାନେ ମେଳି କରିଛନ୍ତି। ଏ ମେଳି ନକ୍ସଲଙ୍କ ବିରୋଧରେ ନୁହେଁ, ବରଂ ନିଜର ଅଧିକାର ଓ ନିଜ ଅଞ୍ଚଳର ଉନ୍ନତି ପାଇଁ। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲିବ ଏବଂ ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ଅଫିସ୍‌ ଓ ରାଜଧାନୀ ଭୁବନେଶ୍ୱର ଯିବାକୁ ରଣ ହୁଙ୍କାର ଦେଇଛନ୍ତି ଆଦିବାସୀ।

ନାକାମାମୁଡ଼ି ଏକ ପଞ୍ଚାୟତ। ଏହାର ଅଧୀନରେ ଯାଉଛି ସ୍ୱାଭିମାନ ଅଞ୍ଚଳର ୨୫ଟି ଗାଁ। ସଦର ମହକୁମାଠାରୁ ଏହି ଗାଁ ଗୁଡ଼ିକର ଦୂରତା ୬୦ କିମି। ନଦୀ ଓ ଜଙ୍ଗଲ ପଥ ଅତିକ୍ରମ କରି ଗାଁ ଲୋକେ ସରକାରୀ ସହାୟତା ନେବା ପାଇଁ ସଦର ମହକୁମାକୁ ଆସିଥାଆନ୍ତି। ଫଳରେ ସେମାନେ ଅନେକ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଯଦି ମୁଦୁଲିଗୁଡ଼ାରେ ପଞ୍ଚାୟତ ସଦର ମହକୁମା ହୁଏ, ତେବେ ଏହି ୨୫ ଖଣ୍ଡ ଗାଁର ସମସ୍ୟା ଦୂର ହୋଇପାରିବ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ନିରୀହ ଆଦିବାସୀଙ୍କ ପାଖରେ ପହଞ୍ଚି ପାରିବ।

ନକ୍ସଲଙ୍କ ନାଲି ଆଖିକୁ ଖାତିର ନକରି ୨୫ ଖଣ୍ଡ ଗାଁର ଶହଶହ ଆଦିବାସୀ ଆଜି ନିଜର ହକ୍ ହାସଲ ପାଇଁ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ପରେ ଆୟୋଜିତ ସଭାରେ ଅଞ୍ଚଳର ମୌଳିକ ସମସ୍ୟା ପୂରଣ ପାଇଁ ଦାବି କରିଥିଲେ। ମୁଦୁଲିଗୁଡ଼ାକୁ ପଞ୍ଚାୟତ ମାନ୍ୟତା ସହ ସରକାରୀ ସହାୟତା ଯୋଗାଇବାକୁ ଦାବି କରିଥିଲେ। ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବୁ। ଯଦି ଜିଲ୍ଲାପାଳ ଆମ ଦାବି ନ ଶୁଣନ୍ତି, ତାହାହେଲେ ଆମେ ଭୁବନେଶ୍ୱର ଯିବୁ ବୋଲି ଆଦିବାସୀମାନେ ଚେତାବନୀ ଦେଇଛନ୍ତି।

ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ଆମ ଗାଁକୁ ରାସ୍ତାଘାଟ ନାହିଁ। ଗାଁଠାରୁ ପଞ୍ଚାୟତ ୬୦ କିଲୋମିଟର ଦୂରରେ। ସେଥିପାଇଁ ମୁଦୁଲିଗୁଡ଼ା ଗାଁରେ ପଞ୍ଚାୟତ ଅଫିସ୍ ଖୋଲିବାକୁ ଦାବି କରୁଛୁ। ଗାଁକୁ ରାସ୍ତା ନଥିବାରୁ ଆମ ପିଲାମାନେ ପାଠ ପଢ଼ିପାରୁ ନାହାନ୍ତି। ଗର୍ଭବତୀ ମାଆମାନେ ମେଡିକାଲ ଯାଇପାରୁ ନାହାନ୍ତି।”

Related story