କଳିଙ୍ଗନଗର ଗୁଳିକାଣ୍ଡକୁ ୧୭ ବର୍ଷ; ସ୍ମୃତିଚାରଣ କଲେ ଆତ୍ମୀୟସ୍ୱଜନ

ଯାଜପୁର(ଜନ୍ମେଜୟ ଦାଶ): ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଛି ୧୭ ବର୍ଷ। ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ କେନ୍ଦ୍ରକରି ଗତ ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ଘଟିଥିଲା ଏହି ଗୁଳିକାଣ୍ଡ। ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ ୧୪ ଜଣ ଆଦିବାସୀ। ତାଙ୍କ ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପ୍ରତ୍ୟେକ ବର୍ଷ ଏହି ଦିନରେ ପାଳନ କରାଯାଉଛି ସହିଦ ସ୍ମୃତି ଦିବସ। ଆଜି ସକାଳେ ଆଦିବାସୀମାନେ ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲଠାରେ ଏକତ୍ରିତ ହୋଇ ସ୍ମୃତି ସ୍ତମ୍ଭ […]

Jajpur

Jajpur

Manoranjan Sial
  • Published: Monday, 02 January 2023
  • Updated: 02 January 2023, 06:34 PM IST

Sports

Latest News

ଯାଜପୁର(ଜନ୍ମେଜୟ ଦାଶ): ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଛି ୧୭ ବର୍ଷ। ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ କେନ୍ଦ୍ରକରି ଗତ ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ଘଟିଥିଲା ଏହି ଗୁଳିକାଣ୍ଡ। ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ ୧୪ ଜଣ ଆଦିବାସୀ। ତାଙ୍କ ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପ୍ରତ୍ୟେକ ବର୍ଷ ଏହି ଦିନରେ ପାଳନ କରାଯାଉଛି ସହିଦ ସ୍ମୃତି ଦିବସ। ଆଜି ସକାଳେ ଆଦିବାସୀମାନେ ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲଠାରେ ଏକତ୍ରିତ ହୋଇ ସ୍ମୃତି ସ୍ତମ୍ଭ ମାୟାମଲିଙ୍ଗ ନିକଟରେ ସହିଦମାନଙ୍କୁ ସ୍ମୃତିଚାରଣ କରି ପାରମ୍ପରୀକ ପୂଜାର୍ଚ୍ଚନା କରିଥିଲେ।

୨୦୦୬ ମସିହାରେ ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ଗୁଳିକାଣ୍ଡ ଘଟିଥିଲା। ସେହି ଦିନକୁ ମନେ ରଖିବା ପାଇଁ ପ୍ରତିବର୍ଷ ପାଳନ କରାଯାଉଛି ସହିଦ ସ୍ମୃତି ଦିବସ। ଆଜି ଆଦିବାସୀମାନେ ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲଠାରେ ଥିବା ସ୍ମୃତି ସ୍ତମ୍ଭ ନିକଟରେ ସହିଦମାନଙ୍କୁ ସ୍ମୃତିଚାରଣ କରି ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ। ପରେ ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀମାନେ ଏକତ୍ର ହୋଇ ସମାଧୀ ସ୍ଥଳ ବୀରଭୂମି ଅଭିମୁଖେ ଏକ ବିରାଟ ଶୋଭଯାତ୍ରାରେ ବାହାରିଥିଲେ। କମ୍ପାନୀ ଓ ସରକାର ବିରୋଧୀ ନାରାରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା।

ସେପଟେ ୧୭ ବର୍ଷ ତଳେ ହୋଇଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ଏଥିରେ କାହାରିକୁ ଦୋଷୀ କରାଯାଇ ନଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଦିବାସୀ ଓ ମୃତକଙ୍କ ପରିବାର। ଏଥିସହିତ ଗୁଳିକାଣ୍ଡ ଦିନରୁ ସହିଦମାନଙ୍କ କଟା ଯାଇଥିବା ହାତ ପାପୁଲିର ଡିଏନ୍‌ଏ ଟେଷ୍ଟ କରାନଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପରିବାର ବର୍ଗଙ୍କୁ ଫେରାଇ ପାରିନାହାଁନ୍ତି ସରକାର। ଏଥିପାଇଁ ଆଜି ବି କ୍ଷୋଭ ପ୍ରକାଶ କରିଛନ୍ତି ବିସ୍ଥାପିତ ପରିବାର ସଦସ୍ୟ।

ଶୋଭାଯାତ୍ରା ସମାଧୀ ସ୍ଥଳ ବୀରଭୂମିରେ ପହଞ୍ଚିବା ପରେ ପ୍ରତ୍ୟେକ ସହିଦଙ୍କୁ ଲାଲ ସଲାମ ଜଣାଇଥିଲେ ଆଦିବାସୀ। ଚଳିତବର୍ଷ ଏହି ସ୍ମୃତି ଦିବସରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ଓ ରାଜ୍ୟର ବିଭିନ୍ନ ଆଦିବାସୀ ସଂଗଠନ ସାମିଲ ହୋଇ ଦୀର୍ଘ ୧୭ ବର୍ଷ ତଳର ସଂଘର୍ଷକୁ ମନେପକାଇଥିଲେ। ଟାଟା କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନଥିବାରୁ ଆଗକୁ ସଂଘର୍ଷ ହେବା ନେଇ ଚେତାବନୀ ଦେଇଛନ୍ତି ଗଣସଂଗଠକ।

ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। କଳିଙ୍ଗନଗର ଅତିରିକ୍ତ ଏସପିଙ୍କ ସମେତ ଜଣେ ଡିଏସ୍‌ପି, ୪ ଥାନା ଅଧିକାରୀ, ୧୦ ଅଫିସର ଓ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story